ଯାଜପୁର: ନବବଧୂର ଗଳାକାଟି ହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଲିକାପୁର ଗ୍ରାମରେ ଜଣେ ନବବଧୂକୁ ଶଶୁର ଘର ଲୋକେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ମୃତ ମହିଳା ଜଣକ ହେଲେ ଧୁଷୁରୀ ଥାନା  ବାଲିପାଟଣା ଗ୍ରାମର ରବୀନ୍ଦ୍ର ବିଶ୍ୱାଳଙ୍କ ଝିଅ ସସ୍ମିତା ବିଶ୍ୱାଳ।  ୬ ମାସ ତଳେ ମଲିକାପୁର ଗ୍ରାମର ରଶ୍ମିରଞ୍ଜନ ଜେନାଙ୍କୁ ସେ ବିବାହ କରିଥିଲେ। ବିବାହ ପରେ ଶଶୁର ଘର ଲୋକେ  ତାଙ୍କୁ ଲୋକେ ନିଯ୍ୟାତନା ଦେଇଆସୁଥିଲେ। ଶଶୁର ଘର ଲୋକ  ସସ୍ମିତାର ଗଳାକାଟି ହତ୍ୟା […]

jajpur

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 05:06 AM IST

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ମଲିକାପୁର ଗ୍ରାମରେ ଜଣେ ନବବଧୂକୁ ଶଶୁର ଘର ଲୋକେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।  ମୃତ ମହିଳା ଜଣକ ହେଲେ ଧୁଷୁରୀ ଥାନା  ବାଲିପାଟଣା ଗ୍ରାମର ରବୀନ୍ଦ୍ର ବିଶ୍ୱାଳଙ୍କ ଝିଅ ସସ୍ମିତା ବିଶ୍ୱାଳ।  ୬ ମାସ ତଳେ ମଲିକାପୁର ଗ୍ରାମର ରଶ୍ମିରଞ୍ଜନ ଜେନାଙ୍କୁ ସେ ବିବାହ କରିଥିଲେ। ବିବାହ ପରେ ଶଶୁର ଘର ଲୋକେ  ତାଙ୍କୁ ଲୋକେ ନିଯ୍ୟାତନା ଦେଇଆସୁଥିଲେ। ଶଶୁର ଘର ଲୋକ  ସସ୍ମିତାର ଗଳାକାଟି ହତ୍ୟା କରିବା ପରେ  ଶବକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପକାଇ ଦେଇ ଫେରାର ହୋଇଯାଇଥିବା ସସ୍ମିତାଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ  ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Related story