ଯାଜପୁର: ନକଲି ପ୍ରସାଧନ ସାମଗ୍ରୀ ତିଆରି କାରଖାନା ଠାବ, ଜଣେ ଗିରଫ

ଯାଜପୁର: ଯାଜପୁର ଜି‌ଲ୍ଲା ବ୍ୟାସନଗର ପୌରାଞ୍ଚଳର ଗାନ୍ଧିନଗର କୁଷ୍ଠାଶ୍ରମ ଅଞ୍ଚଳରୁ ଏକ ନକଲି ପ୍ରସାଧନ ତିଆରି କାରଖାନା ଠାବ କରିଛି ଯାଜପୁର ରୋଡ ପୋଲିସ। ପୋଲିସ ଘଟଣା ସ୍ଥଳରୁ ନକଲି ପ୍ରସାଧନ ସାମଗ୍ରୀ, କୀଟନାଶକ ଔଷଧ ଓ ଅନ୍ୟାନ୍ୟ ରସାୟନ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ରବି ରଣାକୁ ଗିରଫ କରିଛି। ଅଭିଯୁକ୍ତ ରବି ୬ ମାସ ହେବ ଏହି ନକଲି କାରଖାନ ଚଲାଇ ଆସୁଥିଲା। ଏଠାରେ ଡାବର, ବେୟର ଓ ଫେମ ଆଦି ନାମୀଦାମୀ […]

jajpur

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 11:19 PM IST

ଯାଜପୁର: ଯାଜପୁର ଜି‌ଲ୍ଲା ବ୍ୟାସନଗର ପୌରାଞ୍ଚଳର ଗାନ୍ଧିନଗର କୁଷ୍ଠାଶ୍ରମ ଅଞ୍ଚଳରୁ ଏକ ନକଲି ପ୍ରସାଧନ ତିଆରି କାରଖାନା ଠାବ କରିଛି ଯାଜପୁର ରୋଡ ପୋଲିସ। ପୋଲିସ ଘଟଣା ସ୍ଥଳରୁ ନକଲି ପ୍ରସାଧନ ସାମଗ୍ରୀ, କୀଟନାଶକ ଔଷଧ ଓ ଅନ୍ୟାନ୍ୟ ରସାୟନ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ରବି ରଣାକୁ ଗିରଫ କରିଛି।

ଅଭିଯୁକ୍ତ ରବି ୬ ମାସ ହେବ ଏହି ନକଲି କାରଖାନ ଚଲାଇ ଆସୁଥିଲା। ଏଠାରେ ଡାବର, ବେୟର ଓ ଫେମ ଆଦି ନାମୀଦାମୀ କମ୍ପାନୀର ସାମଗ୍ରୀ ତିଆରି କରି ମାର୍କେଟରେ ଛାଡୁଥିଲା। ଏ ନେଇ ଖବର ମିଳିବା ପରେ ପୋଲିସ ଗତକାଲି ରାତିରେ ଚଡାଉ କରିଥିଲା। ପୋଲିସ ନକଲି ପ୍ରସାଧନ ସାମଗ୍ରୀ ସହିତ ଯାନ୍ତ୍ର ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଥାନା ଅଧିକାରୀ ଶିଶିର କୁମାର ମିଶ୍ର, “ଏହି ନକଲି କାରବାରରେ ଅନ୍ୟ କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି। ଶୀଘ୍ର ସେମାନଙ୍କୁ ଗିରଫ କରାଯିବ।”

Related story