ଜମି ହଡ଼ପ ମାମଲା: ଛତ୍ରପୁର ଜେଲ୍ ଗଲେ ସୁରବାବା ଓ ତାଙ୍କ ପୁଅ ତ୍ରିଲୋଚନ

ବ୍ରହ୍ମପୁର:ଜମି ହଡ଼ପ ମାମଲାରେ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓ ତାଙ୍କ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ଜମି ଠକେଇ ଘଟଣାର ତଦନ୍ତ ଚାଲିଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଏହି ବାପ-ପୁଅଙ୍କୁ ଝାରପଡ଼ାରୁ ଛତ୍ରପୁର ନିଆଯାଇଥିଲା। ଛତ୍ରପୁର ରାଜପଥ ନିକଟରେ ଥିବା ବ୍ରହ୍ମପୁର ସହରର ମୋଚିରାମ ସାହୁଙ୍କଠାରୁ ସୁରବାବା ୮୯୪ ଡେସିମିଲ ଜମି କିଣିଥିଲେ। ତେବେ […]

sura baba

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 05:54 PM IST

ବ୍ରହ୍ମପୁର:ଜମି ହଡ଼ପ ମାମଲାରେ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓ ତାଙ୍କ ପୁଅ ତ୍ରିଲୋଚନ ମିଶ୍ରଙ୍କୁ ଛତ୍ରପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର କରାଯିବା ପରେ ଜେଲ୍ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ଜମି ଠକେଇ ଘଟଣାର ତଦନ୍ତ ଚାଲିଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଏହି ବାପ-ପୁଅଙ୍କୁ ଝାରପଡ଼ାରୁ ଛତ୍ରପୁର ନିଆଯାଇଥିଲା। ଛତ୍ରପୁର ରାଜପଥ ନିକଟରେ ଥିବା ବ୍ରହ୍ମପୁର ସହରର ମୋଚିରାମ ସାହୁଙ୍କଠାରୁ ସୁରବାବା ୮୯୪ ଡେସିମିଲ ଜମି କିଣିଥିଲେ। ତେବେ ଏହା ବାବଦକୁ ସେ ମୋଚିରାମଙ୍କୁ ଟଙ୍କା ଦେଇନଥିବା ଓ ତାଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ମୋଚିରାମ ଗତ ୩ ତାରିଖରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ।

Related story