ଜମି ହଡ଼ପ ମାମଲା: ରମେଶ ଜେନାଙ୍କ ୨ ସହଯୋଗୀ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନାର ଏକ ଜମି ହଡ଼ପ ମାମଲାରେ ବ୍ରହ୍ମପୁର ପୋଲିସ ବିଲ୍‌ଡର ଟୁଲୁ ମଙ୍ଗରାଜ ଓ  ସଞ୍ଜୟ ପାଣିଗ୍ରାହୀଙ୍କୁ ଭୁବନେଶ୍ୱରରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ମୌଜାରେ ଥିବା ରାଧାଶ୍ୟାମ ମଠର ପ୍ରାୟ ୫ ଏକର ଜମି ଜୋର୍ ଜବରଦସ୍ତ ନେଇ ଯାଇଥିବାର ଅଭିଯୋଗ କରି ମଠର ଟ୍ରଷ୍ଟି ବିପିନ ବିହାରୀ ଦାସ ସଦର ଥାନାରେ ରମେଶ ଜେନା, ଆର. ମୁରଲୀ ମୋହନ, ଅରକ୍ଷିତ ଜେନା, […]

ramesh jena

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 03:50 PM IST

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନାର ଏକ ଜମି ହଡ଼ପ ମାମଲାରେ ବ୍ରହ୍ମପୁର ପୋଲିସ ବିଲ୍‌ଡର ଟୁଲୁ ମଙ୍ଗରାଜ ଓ  ସଞ୍ଜୟ ପାଣିଗ୍ରାହୀଙ୍କୁ ଭୁବନେଶ୍ୱରରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ମୌଜାରେ ଥିବା ରାଧାଶ୍ୟାମ ମଠର ପ୍ରାୟ ୫ ଏକର ଜମି ଜୋର୍ ଜବରଦସ୍ତ ନେଇ ଯାଇଥିବାର ଅଭିଯୋଗ କରି ମଠର ଟ୍ରଷ୍ଟି ବିପିନ ବିହାରୀ ଦାସ ସଦର ଥାନାରେ ରମେଶ ଜେନା, ଆର. ମୁରଲୀ ମୋହନ, ଅରକ୍ଷିତ ଜେନା, ଟୁଲୁ ମଙ୍ଗରାଜ ଓ ସଞ୍ଜୟ ପାଣିଗ୍ରାହୀଙ୍କ ନାମରେ ଅଭିଯୋଗ କରିଥିଲେ। ଅନ୍ୟ ମାମଲାରେ ପୂର୍ବରୁ ତିନିଜଣ ଗିରଫ ହୋଇଥିବା ବେଳେ ଏହି ଦୁଇ ଜଣଙ୍କୁ ଏହି  ମାମଲାରେ ଆଜି ପୋଲିସ୍ ଗିରଫ କରିଛି।

Related story