ଝାରସୁଗୁଡ଼ା: ବେଆଇନ ରାସନକାର୍ଡ ରଖିବା ଅଭିଯୋଗରେ ୫ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳରେ ବେଆଇନ ଭାବେ ରାସନକାର୍ଡ ରଖିବା ଅଭିଯୋଗରେ ବେଲପାହାଡ଼ ପୋଲିସ୍ ଗତକାଲି ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚେତନା ଦେବୀ, ମମତା ନାଏକ, ପ୍ରମିଳା ମହାରଣା, ମଞ୍ଜୁଲତା ପଶାୟତ ଓ ଯଶୋବନ୍ତି ପଶାୟତ। ଘଟଣାରେ ଅନ୍ୟ ତିନିଜଣ ମହିଳା ଫେରାର ଅଛନ୍ତି। ବେଆଇନ ରାସନକାର୍ଡ ହାତେଇବା ଅଭିଯୋଗରେ ଗତ ୨୫ ତାରିଖରେ ବେଲପାହାଡ଼ ଥାନାରେ ୮ ଜଣଙ୍କ ନାଁରେ ମାମଲା ଦାୟର ହୋଇଥିଲା। ଏମାନଙ୍କ ଗିରଫକୁ ପରିବାର ବର୍ଗ ପକ୍ଷରୁ […]

balapahada

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 11:01 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳରେ ବେଆଇନ ଭାବେ ରାସନକାର୍ଡ ରଖିବା ଅଭିଯୋଗରେ ବେଲପାହାଡ଼ ପୋଲିସ୍ ଗତକାଲି ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚେତନା ଦେବୀ, ମମତା ନାଏକ, ପ୍ରମିଳା ମହାରଣା, ମଞ୍ଜୁଲତା ପଶାୟତ ଓ ଯଶୋବନ୍ତି ପଶାୟତ। ଘଟଣାରେ ଅନ୍ୟ ତିନିଜଣ ମହିଳା ଫେରାର ଅଛନ୍ତି। ବେଆଇନ ରାସନକାର୍ଡ ହାତେଇବା ଅଭିଯୋଗରେ ଗତ ୨୫ ତାରିଖରେ ବେଲପାହାଡ଼ ଥାନାରେ ୮ ଜଣଙ୍କ ନାଁରେ ମାମଲା ଦାୟର ହୋଇଥିଲା। ଏମାନଙ୍କ ଗିରଫକୁ ପରିବାର ବର୍ଗ ପକ୍ଷରୁ ବିରୋଧ କରାଯାଇଥିଲା। ଫଳରେ ଥାନାରେ କିଛି ସମୟ ପାଇଁ  ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Related story