ଝାରସୁଗୁଡ଼ା: ଧରାପଡ଼ିଲା ବାଇକ୍ ଚୋରି ରାକେଟ୍‌, ୩୬ ବାଇକ୍ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ଏକ ରାକେଟ୍‌କୁ ଧରିବାରେ ସଫଳ ହୋଇଛି ଝାରସୁଗୁଡ଼ା ପୋଲିସ୍। ରାକେଟ୍‌ର ମାଷ୍ଟରମାଇଣ୍ଡ ରାଜୀବ ପଟେଲ ଓ ତାଙ୍କର ୪ ଜଣ ସହଯୋଗୀ ସୋମନାଥ ଠାକୁର, ନରେଶ ସିଂ ଚଣ୍ଡେଲ, ମଙ୍ଗଳ ଭୋଇ ଓ ବାବୁଲାଲ ଛତ୍ରିଆଙ୍କୁ ଗିରଫ କରାଯିବା ସହ ବିକ୍ରି ହୋଇଥିବା ୩୬ଟି ବାଇକ୍ ଉଦ୍ଧାର କରାଯାଇଛି। ମାଷ୍ଟରମାଇଣ୍ଡ ରାଜୀବ ପଟେଲ ଝାରସୁଗୁଡ଼ାର ଲହଣ୍ଡାବୁଡ଼ ସ୍ଥିତ ନିଜ ଶ୍ୱଶୁର ଘରେ ରହି ଏହି […]

jharsuguda

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 10:59 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ତଥା ଆଖପାଖ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ଏକ ରାକେଟ୍‌କୁ ଧରିବାରେ ସଫଳ ହୋଇଛି ଝାରସୁଗୁଡ଼ା ପୋଲିସ୍। ରାକେଟ୍‌ର ମାଷ୍ଟରମାଇଣ୍ଡ ରାଜୀବ ପଟେଲ ଓ ତାଙ୍କର ୪ ଜଣ ସହଯୋଗୀ ସୋମନାଥ ଠାକୁର, ନରେଶ ସିଂ ଚଣ୍ଡେଲ, ମଙ୍ଗଳ ଭୋଇ ଓ ବାବୁଲାଲ ଛତ୍ରିଆଙ୍କୁ ଗିରଫ କରାଯିବା ସହ ବିକ୍ରି ହୋଇଥିବା ୩୬ଟି ବାଇକ୍ ଉଦ୍ଧାର କରାଯାଇଛି।

ମାଷ୍ଟରମାଇଣ୍ଡ ରାଜୀବ ପଟେଲ ଝାରସୁଗୁଡ଼ାର ଲହଣ୍ଡାବୁଡ଼ ସ୍ଥିତ ନିଜ ଶ୍ୱଶୁର ଘରେ ରହି ଏହି ରାକେଟ୍ ଚଳାଇଥିଲେ ବୋଲି ପୋଲିସ୍ ଜାଣିବାକୁ ପାଇଛି। ସେ ବାଇକ୍ ପ୍ରସ୍ତୁତ କରି ନିଜ ଲାପ୍‌ଟପ୍‌ରେ ତାହାରେ ନକଲି କାଗଜପତ୍ର ପ୍ରସ୍ତୁତ କରି ବିକ୍ରି କରୁଥିଲା। ଗତ ସପ୍ତାହରେ ବାଇକ୍ ଚୋରି ନେଇ ଏକ ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଚଳାଇଥିବା ବେଳେ ଏହି ସଫଳତା ପାଇଛି।

Related story