ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ପୋଖରାସାଲେ ଗାଁରେ ୨୦୧୨ ମେ’ ୩ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଆଜି ଅତିରିକ୍ତ ଜିଲ୍ ଦୌରା ଜଜ୍ ଆଜୀବନ କାରାଦଣ୍ତାଦେଶ ଶୁଣାଇଛନ୍ତି।
ପୋଖରାସାଲେର ହରେନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେହି ଗ୍ରାମର ୫ଜଣ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଓ ଅନ୍ୟ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୋଲିସ୍ ୫ଜଣଙ୍କୁ ଗିରଫ କରିଥିଲା। ୩ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।