ଝାରସୁଗୁଡ଼ା: ଗତ ୮ତାରିଖ ରାତିରେ ଝାରସୁଗୁଡା ରେଲେଷ୍ଟସନରୁ ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଉଠାଇ ନେଇ ଗଣଦୁଷ୍କର୍ମ କରି ସହରରୁ ୭ କିମି ଦୂରରେ ଥିବା ବଞ୍ଜାରି ନାଳରେ ଫିଙ୍ଗି ଦେଇଥିବା ଘଟଣାରେ ବଡ଼ମାଲ ପୋଲିସ୍ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଝାରସୁଗୁଡା ସହରର ବୋଲି ଜଣାପଡ଼ିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଅଧିକ ସୂଚନା ଦେଇନାହିଁ। ତେବେ ଅଭିଯୁକ୍ତ ଦ୍ୱୟଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।
କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଏହି ଯୁବତୀ ଜଣଙ୍କ ଟ୍ରେନରେ ଝାରସୁଗୁଡ଼ା ପହଞ୍ଚିବା ପରେ ପୁଣି ଅନ୍ୟ ଏକ ଟ୍ରେନରେ ଅନ୍ୟସ୍ଥାନକୁ ଯିବାକୁ ଅପେକ୍ଷା କରିଥିବା ସମୟରେ ୩ ଜଣ ଅଜଣା ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିବା ପରେ ବଞ୍ଜାରି ନାଳରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ‘ମହିଶା’ ନାମକ ଏକ ମହିଳା ସଂଗଠନକୁ ଜଣାଇଥିଲେ। ଉକ୍ତ ସଂଗଠନ ଘଟଣା ସଂପର୍କରେ ପୋଲିସ୍କୁ କହିଥିଲା। ପୀଡ଼ିତାଙ୍କୁ ଏବେ ସୁଧାର ଗୃହରେ ଥଇଥାନ କରାଯାଇଛି।