କାମାକ୍ଷାନଗର: ବାଇକ୍‌ ଡିକି ଭାଙ୍ଗି ୮୬,୦୦୦ ଟଙ୍କା ଲୁଟ୍‌

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ୟୁକ ବ୍ୟାଙ୍କ ଆଗରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୮୬,୦୦୦ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ବାଟଗାଁର ଶ୍ରୀଧର ବେହେରା, ଜୟପୃଷ୍ଣ ପ୍ରଧାନ ସହ କାମାକ୍ଷାନଗର ଆସି ଷ୍ଟେଟ୍‌ ବ୍ୟାଙ୍କରୁ ୮୬,୦୦୦ ଟଙ୍କା ଉଠାଇଥିଲେ। ଟଙ୍କାକୁ ଶ୍ରୀଧର ବାଇକ୍‌ ଡିକିରେ ରଖି ଯୁକ ବ୍ୟାଙ୍କ ଏଟିଏମ୍‌ରୁ […]

kamakhyanagar

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 07:18 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ୟୁକ ବ୍ୟାଙ୍କ ଆଗରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୮୬,୦୦୦ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ବାଟଗାଁର ଶ୍ରୀଧର ବେହେରା, ଜୟପୃଷ୍ଣ ପ୍ରଧାନ ସହ କାମାକ୍ଷାନଗର ଆସି ଷ୍ଟେଟ୍‌ ବ୍ୟାଙ୍କରୁ ୮୬,୦୦୦ ଟଙ୍କା ଉଠାଇଥିଲେ। ଟଙ୍କାକୁ ଶ୍ରୀଧର ବାଇକ୍‌ ଡିକିରେ ରଖି ଯୁକ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଯାଇଥିଲେ। ସେ ଟଙ୍କା ଉଠାଉଥିବା ବେଳେ କୌଣସି ଦୁର୍ବୃତ୍ତ ବାଇର ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲା। ଏଟିଏମ୍‌ରୁ ଫେରି ଡିକି ଭଙ୍ଗା ଯାଇଥିବା ଓ ଟଙ୍କା ନ ଥିବା ଦେଖି ଶ୍ରୀଧର କାମାକ୍ଷାନଗର ଥାନାରେ ଏତଲା ଦେଇଥିଲେ।

Related story