ବଳାତ୍କାର ଉଦ୍ୟମ କରି ଶାଶୂକୁ ମାରିଲା ଜ୍ୱାଇଁ!

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବରେଡ଼ିକିଆ ଗାଁରେ ଜଣେ ବ୍ୟକ୍ତି ନିଜ ଶାଶୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ତାଙ୍କୁ ଅଟକ ରଖିଛି। ରାଇକିଆ ଥାନା ଆଇଆଇସିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଘରେ କେହି ନଥିବା ବେଳେ ଅଭିଯୁକ୍ତ ତାଙ୍କ ଶାଶୂଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ଶାଶୁ ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ଶାଶୂ ଗୁରୁତର […]

raikia

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 11:38 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବରେଡ଼ିକିଆ ଗାଁରେ ଜଣେ ବ୍ୟକ୍ତି ନିଜ ଶାଶୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ତାଙ୍କୁ ଅଟକ ରଖିଛି।

ରାଇକିଆ ଥାନା ଆଇଆଇସିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଘରେ କେହି ନଥିବା ବେଳେ ଅଭିଯୁକ୍ତ ତାଙ୍କ ଶାଶୂଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ଶାଶୁ ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ। ଫଳରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ଶାଶୂ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏ ଘଟଣା ସମ୍ପର୍କରେ ମୃତ ବୃଦ୍ଧାଙ୍କ ଝିଅ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତକୁ ଅଟକ ରଖାଯାଇଛି ବୋଲି ଆଇଆଇସି କହିଛନ୍ତି।

Related story