କନ୍ଧମାଳ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ସ୍ୱାମୀ, ଶାଶୂ ଓ ଶଶୁର ଗିରଫ

କନ୍ଧମାଳ: ଯୌତୁକ ଜୁଇରେ ଆଉ ଏକ ନବବଧୂ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁମାଗଡ ଗାଁର ମୀରା ସାହୁଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୀରାର ଦେହ ଅସୁସ୍ଥ ଥିବା କହି ସ୍ୱାମୀ ସୁଶାନ୍ତ, ଶାଶୂ ଓ ଶଶୁର ତାକୁ ଗୁମାଗଡ ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ମୀରାକୁ ମୃତ ଘୋଷଣା କହିଥିଲେ। ତେବେ ମୀରାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ ଏତଲା […]

kandhmala

Rakesh Mallick
  • Published: Sunday, 06 September 2015
  • , Updated: 06 September 2015, 09:52 AM IST

କନ୍ଧମାଳ: ଯୌତୁକ ଜୁଇରେ ଆଉ ଏକ ନବବଧୂ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁମାଗଡ ଗାଁର ମୀରା ସାହୁଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୀରାର ଦେହ ଅସୁସ୍ଥ ଥିବା କହି ସ୍ୱାମୀ ସୁଶାନ୍ତ, ଶାଶୂ ଓ ଶଶୁର ତାକୁ ଗୁମାଗଡ ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ମୀରାକୁ ମୃତ ଘୋଷଣା କହିଥିଲେ।

ତେବେ ମୀରାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ ଏତଲା ଭିତ୍ତିରେ କାନ୍ଧମାଳ ସଦର ପୋଲିସ ଏକ ମାମଲା ରୁଜୁ କରିଛି। ତା’ ସହିତ ମୀରାଙ୍କ ସ୍ଵାମୀ,ଶାଶୂ ଓ ଶ୍ଵଶୁରକୁ ଗିରଫ କରିଛି।

ମୀରାଙ୍କ ସ୍ଵାମୀ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୀରାଙ୍କୁ କେହି ଗୁଣିଗାରେଡ଼ି କରିଥିଲା ଓ ସେଥିଯୋଗୁଁ ତାଙ୍କର ମୃତ୍ୟୁ ହୋଇତିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,୨ ବର୍ଷ ତଳେ ଭଞ୍ଜନଗର ବାଇବେଲି ଗାଁର ସୁଶାନ୍ତ ବେହେରାଙ୍କୁ ବିବାହ କରିଥିଲା। ବିବାହ ବେଳେ ମୀରାଙ୍କ ପରିବାର ଲୋକେ ଅନେକ ଯାନିଯୌତୁକ ଦେଇଥିଲେ। କିନ୍ତୁ ଏକ ମୋଟର ସାଇକେଲ ଦେଇ ନ ଥିଲେ । ତେଣୁ ବହୁ ସମୟରେ ମୀରାଙ୍କୁ ତାଙ୍କ ସ୍ଵାମୀ,ଶାଶୂ ଓ ଶ୍ଵଶୁର ନିର୍ଯାତନା ଦେଉଥିଲେ ବୋଲି ବାପ ଘୋର ଲୋକେ ଅଭିଯୋଗ କରିଛନ୍ତି।

Related story