କେନ୍ଦୁଝର: ବଡ଼ବିଲରେ ଜନୈକା ମହିଳାଙ୍କୁ ଅସଦାଚରଣ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଜନୈକା ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ନିର୍ମଳ କୁମାର ନାୟକଙ୍କୁ ବଡ଼ବିଲ ପୋଲିସ ଗିରଫ କରିଛି। ଅଭିଯୋଗ ପାଇବା ପରେ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା ଜଣଙ୍କ ଡାକ୍ତରଙ୍କ ପାଖକୁ ଗର୍ଭପାତ କରିବାକୁ ଯାଇଥିବା ବେଳେ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।