କେନ୍ଦୁଝର: ବିୟର ପାର୍ଲର କର୍ମଚାରୀଙ୍କ ଠାରୁ ୬ଲକ୍ଷ ଟଙ୍କା ଲୁଟ୍

କେନ୍ଦୁଝର: କେନ୍ଦୁଝର ସହର ଧାଙ୍ଗରପଡ଼ାଠାରେ ବିୟର ପାର୍ଲରର ଜଣେ କର୍ମଚାରୀଙ୍କ ପାଖରୁ ଆଜି ଦୁର୍ବୃତ୍ତମାନେ ୬ ଲକ୍ଷ ଟଙ୍କା  ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,  ଆଜି  ଦିନ ଦିପହରେ ଏକ ବିୟର ପାର୍ଲରର ଜଣେ କର୍ମଚାରୀ ପ୍ରାୟ ୬ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ମଟର ସାଇକେଲରେ ଯାଉଥିବା ବେଳେ  ହନୁମାନ ଛକଠାରେ ୨ ଜଣ ଦୁର୍ବୃତ୍ତ ଏକ  ପଲସରରେ ଆସି ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମାଡ଼ […]

loot

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 02:26 PM IST

କେନ୍ଦୁଝର: କେନ୍ଦୁଝର ସହର ଧାଙ୍ଗରପଡ଼ାଠାରେ ବିୟର ପାର୍ଲରର ଜଣେ କର୍ମଚାରୀଙ୍କ ପାଖରୁ ଆଜି ଦୁର୍ବୃତ୍ତମାନେ ୬ ଲକ୍ଷ ଟଙ୍କା  ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ,  ଆଜି  ଦିନ ଦିପହରେ ଏକ ବିୟର ପାର୍ଲରର ଜଣେ କର୍ମଚାରୀ ପ୍ରାୟ ୬ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ମଟର ସାଇକେଲରେ ଯାଉଥିବା ବେଳେ  ହନୁମାନ ଛକଠାରେ ୨ ଜଣ ଦୁର୍ବୃତ୍ତ ଏକ  ପଲସରରେ ଆସି ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମାଡ଼ ମାରି ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିବା କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ୍  ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।

Related story