କେନ୍ଦୁଝର: ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ସୁନାଗହଣା ଓ ଟଙ୍କା ଲୁଟ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜୟପୁର ଗାଁରେ ଗତକାଲି ସଂଧ୍ୟ୍ୟାରେ ଦୁର୍ବୃତ୍ତମାନେ ଜଣେ  ଯୁବ ବ୍ୟବସାୟୀଙ୍କ ଗୁଳିମାଡ଼ କରି ତାଙ୍କ ଦୋକାନ ଓ ଘରୁ  ସୁନାଗହଣା ଓ ନଗଦ ଟଙ୍କା ଲୁଟ୍ କରିନେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ରସିକ ବେହେରା। ତାଙ୍କୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରବିବାର ସଂଧ୍ୟା ସମୟରେ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ରସିକ […]

gulimada

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 01:19 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜୟପୁର ଗାଁରେ ଗତକାଲି ସଂଧ୍ୟ୍ୟାରେ ଦୁର୍ବୃତ୍ତମାନେ ଜଣେ  ଯୁବ ବ୍ୟବସାୟୀଙ୍କ ଗୁଳିମାଡ଼ କରି ତାଙ୍କ ଦୋକାନ ଓ ଘରୁ  ସୁନାଗହଣା ଓ ନଗଦ ଟଙ୍କା ଲୁଟ୍ କରିନେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ରସିକ ବେହେରା। ତାଙ୍କୁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ରବିବାର ସଂଧ୍ୟା ସମୟରେ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ରସିକ ବେହେରା କରିଥିବା ଭୂଷା ଦୋକାନ ନିକଟରେ ଥିବା ଲୋକଙ୍କୁ  ବନ୍ଧୁକ ଦେଖାଇଥିଲେ। ସେଠାରେ ଥିବା ଲୋକ ଭୟଭୀତ ହୋଇ ପଳାଇଯିବାପରେ ଦୁର୍ବୃତ୍ତମାନେ ରସିକଙ୍କ ଘର ଓ ଦୋକାନରେ ପଶି ସୁନାଗହଣା ଓ ନଗଦ  ଟଙ୍କା ଲୁଟିନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ରସିକଙ୍କ ଛାତିକୁ ଗୁଳିମାରି ଚାଲିଯାଇଥିଲେ।

Related story