ସ୍ତ୍ରୀକୁ ହତ୍ୟା କରି ହାତ କାଟି ନେବା ଘଟଣା: ସ୍ୱାମୀ ଗିରଫ

କଟକ: କଟକ ସଦର ଥାନା ଅନ୍ତର୍ଗତ ଆରଡ଼ ଗାଁରେ ସ୍ତ୍ରୀକୁ ହତ୍ୟା କରିବା ପରେ ତାଙ୍କ ହାତକୁ କାଟି ନେଇ ପଳାଇଥିବା ପ୍ରଶାନ୍ତ ମଲ୍ଲିକକୁ ଆଜି ଗିରଫ କରିଛି କମିଶନରେଟ୍ ପୋଲିସ୍। ତା’ଠାରୁ କଟା ହାତ ଜବତ କରାଯାଇଛି। ପାରିବାରିକ ଗଣ୍ଡଗୋଳରୁ ପ୍ରଶାନ୍ତ ତା’ ସ୍ତ୍ରୀଙ୍କୁ ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଛି। କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି,“ପ୍ରଶାନ୍ତକୁ ଆଠଗଡ଼ରୁ ଗିରଫ କରାଯାଇଛି। ସ୍ତ୍ରୀକୁ ହତ୍ୟା କରି ସେ ତାଙ୍କ ହାତ […]

muderer

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 11:51 AM IST

କଟକ: କଟକ ସଦର ଥାନା ଅନ୍ତର୍ଗତ ଆରଡ଼ ଗାଁରେ ସ୍ତ୍ରୀକୁ ହତ୍ୟା କରିବା ପରେ ତାଙ୍କ ହାତକୁ କାଟି ନେଇ ପଳାଇଥିବା ପ୍ରଶାନ୍ତ ମଲ୍ଲିକକୁ ଆଜି ଗିରଫ କରିଛି କମିଶନରେଟ୍ ପୋଲିସ୍। ତା’ଠାରୁ କଟା ହାତ ଜବତ କରାଯାଇଛି। ପାରିବାରିକ ଗଣ୍ଡଗୋଳରୁ ପ୍ରଶାନ୍ତ ତା’ ସ୍ତ୍ରୀଙ୍କୁ ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ୍ ଜାଣିବାକୁ ପାଇଛି।

କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି,“ପ୍ରଶାନ୍ତକୁ ଆଠଗଡ଼ରୁ ଗିରଫ କରାଯାଇଛି। ସ୍ତ୍ରୀକୁ ହତ୍ୟା କରି ସେ ତାଙ୍କ ହାତ ବି କାଟି ଦେଇଥିଲା। କଟା ହାତଟିକୁ ଜବତ କରାଯାଇଛି ଓ ତା’ର ଫରେନ୍‌ସିକ୍ ଟେଷ୍ଟ୍ କରାଯାଇଛି। ପ୍ରଶାନ୍ତଠାରୁ ତା’ର ଦୁଇ ସନ୍ତାନକୁ ଉଦ୍ଧାର କରାଯାଇଛି। ଛୁଆ ଦୁଇଟିକୁ ଏବେ ଚାଇଲ୍ଡ କେୟାର ହୋମ୍‌ରେ ରଖାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ।”

ଡିସିପି କହିଛନ୍ତି,“ପ୍ରାଥମିକ ତଦନ୍ତରୁ ଜଣାପଡୁଛି ପାରିବାରିକ ଗଣ୍ଡଗୋଳରୁ ପ୍ରଶାନ୍ତ ତା’ ସ୍ତ୍ରୀକୁ ହତ୍ୟା କରିଛି। ତେବେ ପୂରା ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ।”

ସୂଚନାଯୋଗ୍ୟ,  ଗତ ୨୧ ତାରିଖରେ ପ୍ରଶାନ୍ତ ତା’ ସ୍ତ୍ରୀ ସରସ୍ୱତୀ ମଲ୍ଲିକ (୩୫)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକରି ଫେରାର ହୋଇଯାଇଥିଲା। ସେ ନିଜ ସହିତ ଦୁଇ ନାବାଳକ ପୁଅଙ୍କୁ ବି ସାଥୀରେ ନେଇ ଯାଇଥିଲା।

Related story