୩ କ୍ୱିଣ୍ଟାଲ୍ ଚନ୍ଦନ କାଠ ଜବତ, ୨ ଅଟକ

କଟକ: ଚୋରା ଚାଲାଣ ହେଉଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀରୁ ୩ କ୍ୱିଣ୍ଟାଲରୁ ଅଧିକ ଚନ୍ଦନକାଠ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ଭଦ୍ରକ ପୁରୁଣା ବଜାର ଅଞ୍ଚଳର ଆବିଦ ଖାଁ ଓ ଅନୱର ଅଲ୍ଲୀ ଖାଁ। କାଠ ଚୋରା ଚାଲାଣ ପାଇଁ ସେମାନେ ବ୍ୟବହାର କରିଥିବା ବୋଲେରୋଟିକୁ ମଧ୍ୟ ପୋଲିସ୍ ଜବତ କରିଛି। ସେମାନେ ଅନୁଗୋଳରୁ କାଠ ନେଇ ଆସୁଥିଲେ ଓ ରାଜ୍ୟ ବାହାରେ […]

sandal-wood

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 07:30 PM IST

କଟକ: ଚୋରା ଚାଲାଣ ହେଉଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀରୁ ୩ କ୍ୱିଣ୍ଟାଲରୁ ଅଧିକ ଚନ୍ଦନକାଠ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ଭଦ୍ରକ ପୁରୁଣା ବଜାର ଅଞ୍ଚଳର ଆବିଦ ଖାଁ ଓ ଅନୱର ଅଲ୍ଲୀ ଖାଁ। କାଠ ଚୋରା ଚାଲାଣ ପାଇଁ ସେମାନେ ବ୍ୟବହାର କରିଥିବା ବୋଲେରୋଟିକୁ ମଧ୍ୟ ପୋଲିସ୍ ଜବତ କରିଛି। ସେମାନେ ଅନୁଗୋଳରୁ କାଠ ନେଇ ଆସୁଥିଲେ ଓ ରାଜ୍ୟ ବାହାରେ ବିକ୍ରି କରିବାକୁ ନେଉଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

Related story