କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ପୋଲିସ୍ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ରାମନଗର ଗାଁର ରଞ୍ଜନ ବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗରୁ ପ୍ରକାଶ, ନାବାଳିକା ଜଣକ ଘରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ରଞ୍ଜନ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଏକାଠି ହୋଇଯିବା ସହ ରଞ୍ଜନକୁ କାବୁ କରି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଗାଁରେ ପହଞ୍ଚି […]

rape-graphics

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 06:55 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ପୋଲିସ୍ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ରାମନଗର ଗାଁର ରଞ୍ଜନ ବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗରୁ ପ୍ରକାଶ, ନାବାଳିକା ଜଣକ ଘରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ରଞ୍ଜନ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଏକାଠି ହୋଇଯିବା ସହ ରଞ୍ଜନକୁ କାବୁ କରି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଗାଁରେ ପହଞ୍ଚି ରଞ୍ଜନକୁ ଗିରଫ କରିଥିଲା।

Related story