ଲୁଗା ଦୋକାନ ଉପରେ ବୋମା ମାଡ଼, ଜଣେ ଆହତ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ନିକଟସ୍ଥ ଏକ ଲୁଗା ଦୋକାନ ଉପରକୁ ଗତକାଲି ରାତିରେ ବୋମା ମାଡ଼ ହୋଇଛି। ଦାଦାବଟି ପାଇଁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଯୁବକ ନାଲି ପଲସରରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଫଳରେ ଦୋକାନର ଆଗ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ଦୋକାନରେ ବସିଥିବା ମାଲିକଙ୍କ ପୁଅ ସୁଜିତ ସାହୁ ଆହତ ହୋଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ […]

kendrapara racloth shop

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 08:14 AM IST

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକ ନିକଟସ୍ଥ ଏକ ଲୁଗା ଦୋକାନ ଉପରକୁ ଗତକାଲି ରାତିରେ ବୋମା ମାଡ଼ ହୋଇଛି। ଦାଦାବଟି ପାଇଁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ଯୁବକ ନାଲି ପଲସରରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଫଳରେ ଦୋକାନର ଆଗ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ଦୋକାନରେ ବସିଥିବା ମାଲିକଙ୍କ ପୁଅ ସୁଜିତ ସାହୁ ଆହତ ହୋଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story