କେନ୍ଦୁଝର: ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ଗାଁରେ ଆଜି ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଡଲିରାଣୀ ମହାରଣା। ତାଙ୍କ ସ୍ୱାମୀ ଶିବପ୍ରସାଦ ମହାରଣାକୁ ପୋଲିସ୍ ଗିରଫ କରିଛି ଓ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି। ଡଲି ଗତକାଲି ନିଜ ବାପ ଘରୁ ଫେରିବା ପରେ କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। […]

mureder-anadpur

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 09:30 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଖାଳିଆମେଣ୍ଟା ଗାଁରେ ଆଜି ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପନିକିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଡଲିରାଣୀ ମହାରଣା। ତାଙ୍କ ସ୍ୱାମୀ ଶିବପ୍ରସାଦ ମହାରଣାକୁ ପୋଲିସ୍ ଗିରଫ କରିଛି ଓ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି।

ଡଲି ଗତକାଲି ନିଜ ବାପ ଘରୁ ଫେରିବା ପରେ କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ଠାରୁ ଲାଗି ରହିଥିବା କଳହକୁ କେନ୍ଦ୍ର କରି ଆଜି ଶିବ ଡଲିକୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିବା ସହ  ପନିକିରେ ହାଣି ପକାଇଥିଲା।

Related story