କେନ୍ଦୁଝର: ଜାଲ୍ କାଗଜପତ୍ର ଦେଇ ସିଣ୍ଡିକେଟ୍ ବ୍ୟାଙ୍କରୁ ୭୨ ଲକ୍ଷ ଟଙ୍କା ଋଣ ନେବା ଅଭିଯୋଗରେ ୭ ଗିରଫ

କେନ୍ଦୁଝର: କେନ୍ଦୁଝର ସ୍ଥିତ ସିଣ୍ଡିକେଟ୍ ବ୍ୟାଙ୍କରୁ ଜାଲ୍ କାଗଜପତ୍ର ଦେଇ ୭୨ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗରେ ଆଜି ୭ଜଣଙ୍କୁ ଗିରଫ କରିଛି ଟାଉନ୍ ପୋଲିସ୍। ୨୦୧୧-୧୨ ମସିହାରେ ୧୧ଜଣଙ୍କୁ ବ୍ୟାଙ୍କ ପକ୍ଷରୁ ଟ୍ରାକଟର ଲୋନ୍ ଦିଆଯାଇଥିଲା। ହେଲେ ଅଡିଟ୍ ବେଳେ ଲୋନ୍ ପାଇଁ ଦିଆଯାଇଥିବା ସବୁ ପଟ୍ଟା ଜାଲ୍ ବୋଲି ଜଣାପଡିଥିଲା। ଏହି ଜାଲିଆତି ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ ମ୍ୟାନେଜର ପ୍ରତାପ ଚନ୍ଦ୍ର ଗିରି ଗତ ୨୦୧୪ ମସିହା ଅକ୍ଟୋବର ମାସରେ ଟାଉନ୍ ଥାନାରେ […]

kendujhara

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 12:38 PM IST

[caption id="attachment_35115" align="alignleft" width="228"] ଗିରଫ ଅଭିଯୁକ୍ତମାନେ[/caption]

କେନ୍ଦୁଝର: କେନ୍ଦୁଝର ସ୍ଥିତ ସିଣ୍ଡିକେଟ୍ ବ୍ୟାଙ୍କରୁ ଜାଲ୍ କାଗଜପତ୍ର ଦେଇ ୭୨ ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗରେ ଆଜି ୭ଜଣଙ୍କୁ ଗିରଫ କରିଛି ଟାଉନ୍ ପୋଲିସ୍। ୨୦୧୧-୧୨ ମସିହାରେ ୧୧ଜଣଙ୍କୁ ବ୍ୟାଙ୍କ ପକ୍ଷରୁ ଟ୍ରାକଟର ଲୋନ୍ ଦିଆଯାଇଥିଲା। ହେଲେ ଅଡିଟ୍ ବେଳେ ଲୋନ୍ ପାଇଁ ଦିଆଯାଇଥିବା ସବୁ ପଟ୍ଟା ଜାଲ୍ ବୋଲି ଜଣାପଡିଥିଲା। ଏହି ଜାଲିଆତି ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ ମ୍ୟାନେଜର ପ୍ରତାପ ଚନ୍ଦ୍ର ଗିରି ଗତ ୨୦୧୪ ମସିହା ଅକ୍ଟୋବର ମାସରେ ଟାଉନ୍ ଥାନାରେ ଏତଲା ଦେଇଥିଲେ। ବ୍ୟାଙ୍କର ପୂର୍ବତନ ମ୍ୟାନେଜରଙ୍କ ସମେତ ୧୪ଜଣଙ୍କ ନାଁରେ ମାମଲା ରୁଜୁ କରି ତନାଘନା ଜାରି ରଖିଥିଲା ପୋଲିସ୍। ଆଉ ଆଜି ୭ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ଲୋନ୍ଧାରୀଙ୍କ କହିବା କଥା ସେମାନେ ଲୋନ୍ ପାଇଁ ଅରିଜିନାଲ୍ ପଟ୍ଟା ଦେଇଥିଲେ। ପୋଲିସ୍ ଦେଖାଉଥିବା ପଟ୍ଟା ସେମାନଙ୍କର ନୁହେଁ।

Related story