କେନ୍ଦୁଝର: ଅବକାରୀ ବିଭାଗ କବ୍‌ଜାରୁ ଅଭିଯୁକ୍ତ ଫେରାର, ୪ କର୍ମଚାରୀ ନିଲମ୍ବିତ

କେନ୍ଦୁଝର: ଗତକାଲି କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗିରଫ ଚୋରା ଗଞ୍ଜେଇ ବ୍ୟବସାୟୀ ବାବୁଲି ସାହୁ ଆଜି ସକାଳେ ଫେରାର ହୋଇଯାଇଛି। ଅବକାରୀ ବିଭାଗ କାର୍ଯ୍ୟାଳୟର ପାଚେରି ଡେଇଁ ସେ ଫେରାର ହୋଇଯାଇଛି। ଏହି ଘଟଣାରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜଣେ ଏଏସ୍ଆଇ ଓ ୩ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଏଏସ୍‌ଅଇ ରବିନାରାୟଣ ରଣା, କନେଷ୍ଟବଳ ଲକ୍ଷ୍ମଣ କୁମାର ନାଏକ, ମନୁଗିରି ମାଝୀ ଓ ଅଖିଳଚନ୍ଦ୍ର ସର୍ଦ୍ଦାର। ଗତକାଲି […]

jail-escape

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 01:50 PM IST

କେନ୍ଦୁଝର: ଗତକାଲି କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗିରଫ ଚୋରା ଗଞ୍ଜେଇ ବ୍ୟବସାୟୀ ବାବୁଲି ସାହୁ ଆଜି ସକାଳେ ଫେରାର ହୋଇଯାଇଛି। ଅବକାରୀ ବିଭାଗ କାର୍ଯ୍ୟାଳୟର ପାଚେରି ଡେଇଁ ସେ ଫେରାର ହୋଇଯାଇଛି। ଏହି ଘଟଣାରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜଣେ ଏଏସ୍ଆଇ ଓ ୩ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଏଏସ୍‌ଅଇ ରବିନାରାୟଣ ରଣା, କନେଷ୍ଟବଳ ଲକ୍ଷ୍ମଣ କୁମାର ନାଏକ, ମନୁଗିରି ମାଝୀ ଓ ଅଖିଳଚନ୍ଦ୍ର ସର୍ଦ୍ଦାର।

ଗତକାଲି ସନ୍ଧ୍ୟାରେ କେନ୍ଦୁଝର ପଞ୍ଜାବୀ ଛକରୁ ଏକ ଇଣ୍ଡିଗୋ କାରରୁ ୯୦କେଜି ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହିତ ଅଭିଯୁକ୍ତ ବାବୁଲି ସାହୁକୁ ଗିରଫ କରାଯାଇଥିଲା। ଗାଡ଼ିଟି ଅନୁଗୋଳ ଜିଲ୍ଲା ସମଲ ଅଞ୍ଚଳରୁ ବିହାରକୁ ଯାଉଥିବା ଜଣାପଡ଼ିଥିଲା। ତେବେ ଆଜି ସକାଳେ ବାବୁଲି ସାହୁ ଅବକାରୀ ବିଭାଗ ହେପାଜତରୁ ଫେରାର୍ ହୋଇଯାଇଛି। ଅନେକ ଖୋଜାଖୋଜି ପରେ ମଧ୍ୟ ତା’ର ପତ୍ତା ମିଳିନାହିଁ।

Related story