ଭୂତଗାଡ଼ି ମାମଲା: କେନ୍ଦୁଝର ଆର୍‌ଟିଓର ଜୁନିୟର ଏମ୍‌ଭିଆଇ ଗିରଫ

କେନ୍ଦୁଝର: ବହୁ ଚର୍ଚ୍ଚିତ ଭୂତଗାଡ଼ି ମାମଲାରେ କେନ୍ଦୁଝର ଟାଉନ୍ ଥାନା ପୋଲିସ୍ ଆଜି ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଜୁନିୟର ଏମ୍‌ଭିଆଇ ନୃସିଂହ ପାଣିଗ୍ରାହୀଙ୍କୁ ଗିରଫ କରିଛି। ଏହି ଘଟଣାରେ ତାଙ୍କର ସଂପୃକ୍ତି ଥିବା ନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ପୋଲିସ୍ ଆଜି ସକାଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଟାଉନ୍ ପୋଲିସ୍ ପୂର୍ବରୁ ଦଲାଲ ମନୋଜ ସାହୁକୁ ଗିରଫ କରିଥିଲା। ତା’ସହିତ କଟକର […]

mvi1

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 11:25 AM IST

କେନ୍ଦୁଝର: ବହୁ ଚର୍ଚ୍ଚିତ ଭୂତଗାଡ଼ି ମାମଲାରେ କେନ୍ଦୁଝର ଟାଉନ୍ ଥାନା ପୋଲିସ୍ ଆଜି ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଜୁନିୟର ଏମ୍‌ଭିଆଇ ନୃସିଂହ ପାଣିଗ୍ରାହୀଙ୍କୁ ଗିରଫ କରିଛି। ଏହି ଘଟଣାରେ ତାଙ୍କର ସଂପୃକ୍ତି ଥିବା ନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ପୋଲିସ୍ ଆଜି ସକାଳେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏହି ଘଟଣାରେ ଟାଉନ୍ ପୋଲିସ୍ ପୂର୍ବରୁ ଦଲାଲ ମନୋଜ ସାହୁକୁ ଗିରଫ କରିଥିଲା। ତା’ସହିତ କଟକର ମଙ୍ଗୁଳି ଅଞ୍ଚଳରୁ ତିନୋଟି ଭୂତ ଟ୍ୟାଙ୍କର ମଧ୍ୟ ଜବତ କରିବାରେ ସଫଳ ହୋଇଛି ପୋଲିସ୍।

କେନ୍ଦୁଝର ଏଏସ୍‌ପି ପ୍ରଦୀପ୍ତ କୁମାର ଜେନା କହିଛନ୍ତି,“ଗାଡ଼ି ନ ଥାଇ କେନ୍ଦୁଝର ଆର୍‌ଟିଓ ଅଫିସରେ ୧୫ଟି ଗାଡ଼ିର ରେଜିଷ୍ଟ୍ରେସନ୍ ହୋଇଥିବା ନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏ ଅଭିଯୋଗ ଆସିବା ପରେ ଆମେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲୁ। ତଦନ୍ତରୁ ଜଣାପଡ଼ିଲା ଯେ ଆର୍‌ଟିଓ ଅଫିସର ଜୁନିୟର ଏମ୍‌ଭିଆଇ ନୃସିଂହ ପାଣିଗ୍ରାହୀ ଗାଡ଼ି ନ ଦେଖି ଆର୍‌ଟିଓଙ୍କ ପାଖକୁ କାଗଜପତ୍ର ପଠାଇଥିଲେ। ଜେରା ବେଳେ ସେ ନିଜେ ସ୍ୱୀକାର କରିଛନ୍ତି ଯେ ଗାଡ଼ି ନ ଦେଖି ସେ ପଞ୍ଜିକରଣ ପାଇଁ କାଗଜପତ୍ର ପ୍ରସ୍ତୁତ କରିଥିଲେ। ସେଥିରେ ଯେଉଁ ସବୁ ଦସ୍ତଖତ ରହିଛି ତାହା ବି ତାଙ୍କର। ଗାଡ଼ି ନ ଦେଖି ସେଗୁଡ଼ିକର ପଞ୍ଜିକରଣ କରିବାକୁ ସେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଥିଲେ ବୋଲି ମାନିଛନ୍ତି। ତାଙ୍କୁ ଆମେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛୁ।”

ଏଏସ୍‌ପି କହିଛନ୍ତି,“ଗାଡ଼ି ନ ଥାଇ ୧୫ଟି ରେଜିଷ୍ଟ୍ରେସନ୍ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏଗୁଡ଼ିକର ୭ ଜଣ ମାଲିକ ଅଛନ୍ତି। ସେହି ମାଲିକମାନଙ୍କର ଯେଉଁ ଅନ୍ୟ ଗାଡ଼ି ରହିଛି ସେଥିରୁ ତିନିଟିକୁ ଆମେ ଆଣି ଯାଞ୍ଚ କରୁଛୁ। ଯାଞ୍ଚ ସରିବା ପରେ ସେମାନଙ୍କ ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।”

ସରକାରୀ ନୀତୀନିୟମକୁ ଜଳାଞ୍ଜଳି ଦେଇ ୨୦୧୫ ମସିହାରେ କେନ୍ଦୁଝର ଆରଟିଓ ଅଫିସ୍‌ରେ ରେଜିଷ୍ଟ୍ରେସନ ହୋଇଛି ୨୧ଟି ଟ୍ୟାଙ୍କର। ଇଞ୍ଜିନ୍ ଓ ଚେସିସ୍ ନମ୍ୱର ନ ଥାଇ ଏଗୁଡ଼ିକର ରେଜିଷ୍ଟ୍ରେସନ୍ ହୋଇଛି। ଗାଡ଼ିଗୁଡ଼ିକର  ସରଜମିନ ଯାଞ୍ଚ ନ କରି ରେଜିଷ୍ଟ୍ରେସନ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ରାଜ୍ୟ ପରିବହନର ଅତିରିକ୍ତ କମିସନର କେନ୍ଦୁଝର ଆରଟିଓଙ୍କ କୈଫିୟତ ତଲବ କରିବା ସହ ଥାନାରେ ମାମଲା ଦେବାକୁ କହିଥିଲେ।ଏହା ପରେ ଏଠାରେ ଚାଲିଥିବା ବେନିୟମ କାର୍ଯ୍ୟର ପର୍ଦ୍ଦାଫାସ ହୋଇଥିଲା। ତା’ପରେ ଆରଟିଓ ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ୧୫ଟି ଓ ବଡ଼ବିଲ ଥାନାରେ ୬ଟି ଏଭଳି ସମୁଦାୟ ୨୧ଟି ଗାଡ଼ି ମାଲିକଙ୍କ ନାମରେ ମାମଲା ରଜୁ କରିଥିଲେ।

Related story