ଖାସୁଆ ହତ୍ୟା ଘଟଣା: ୨ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ୍

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ଓରଫ୍ ସୁଶାନ୍ତ ଦାସ ହତ୍ୟା ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାତ୍ରପଡ଼ାର ନବକିଶୋର ଦେ ଓ ଆଇଟିଆଇ ଛକର ମନୋଜ ପଣ୍ଡା। ଏମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ୍ ସୂଚନା ଦେଇଛି। ନବକିଶୋରକୁ ୨୦୧୫ ମେ’ରେ ଖାସୁଆ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ନବକିଶୋର ଓ ତାଙ୍କ ସହଯୋଗୀ ଏହି […]

hotya

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 04:53 PM IST

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ଓରଫ୍ ସୁଶାନ୍ତ ଦାସ ହତ୍ୟା ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାତ୍ରପଡ଼ାର ନବକିଶୋର ଦେ ଓ ଆଇଟିଆଇ ଛକର ମନୋଜ ପଣ୍ଡା। ଏମାନଙ୍କ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ୍ ସୂଚନା ଦେଇଛି। ନବକିଶୋରକୁ ୨୦୧୫ ମେ’ରେ ଖାସୁଆ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ନବକିଶୋର ଓ ତାଙ୍କ ସହଯୋଗୀ ଏହି ହତ୍ୟାକାଣ୍ଡର ଯୋଜନା କରିଥିଲେ।

ଗତ ଜୁନ୍‌ ୨୨ ତାରିଖରେ ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ସମାଧାନ କରିବାକୁ ଡକାଇ ଖାସୁଆକୁ ଅଭିଯୁକ୍ତମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ୍‌ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏଥିସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲା ପୋଲିସ୍‌ ପକ୍ଷରୁ କୁହାଯାଇଛି।

Related story