ଅସୁସ୍ଥତା ହେତୁ କ୍ୟାପିଟାଲ ହସ୍ପିଟାଲ ଯାଇଥିବା ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଲାନି। ବ୍ୟକ୍ତିଜଣକ ନିଖୋଜ ହୋଇ ଯାଇଥିବା ବେଳେ ୮ ଦିନ ପରେ ମିଳିଲା ମୃତଦେହ । ମାତ୍ର ମୃତଦେହଟି ପରିତ୍ୟକ୍ତ ଅବସ୍ଥାରେ ଏକ ବିଲରେ ପଡ଼ିଥିବା ବେଳେ ସେଥିରୁ ଆଖି, କିଡ଼ନୀ ଗାଏବ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପରିକି ବ୍ୟକ୍ତିଙ୍କ ଚିହ୍ନଟ ଯେପରି ହୋଇ ନ ପାରିବ, ସେଥିପାଇଁ ମୁହଁରେ ଓ ଦେହରେ ଏସିଡ ଢାଳି ଜାଳି ବି ଦେଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଛାତି ଉପରେ ଘଟିଛି।