କୋରାପୁଟ: ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ ଅଭିଯୋଗରେ ୭ ଗିରଫ

କୋରାପୁଟ: ଜାଲ ସାର୍ଟିଫିକେଟ ପ୍ରସ୍ତୁତି କରୁଥିବା ଅଭିଯୋଗରେ କୋରାପୁଟ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ବହୁ ପରିମାଣର ଜାଲ ସାର୍ଟିଫିକେଟ ସହ କମ୍ପ୍ୟୁଟର, ସିପିଓ ଆଦି ଜବତ କରାଯାଇଛି । ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ ଘଟଣାରେ ଗିରଫ ମାଷ୍ଟର ମାଇଣ୍ଡ ଅଭୟ କୁମାର ମହାପାତ୍ରଙ୍କ। ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଗିରଫଙ୍କ ମଧ୍ୟରୁ ୩ ଜଣଙ୍କ ଘର କୋରାପୁଟ ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟମାନଙ୍କ ଘର ବାଲେଶ୍ୱର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ।