କୁଦାମୂଷା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କୁଦାମୂଷା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାମଲଙ୍କ ଘରେ ଚଢ଼ାଉ କରି କୋଟିଏ ଟଙ୍କାର ସଂପତ୍ତି ଠାବ କରିଛି। ଏହାଛଡ଼ା ତାଙ୍କ ସରକାରୀ ବାସଭବନ, ରାଉରକେଲାସ୍ଥିତ ନୂଆ ଘର, ଯାଜପୁର ଜିଲ୍ଲା ବିଂଝାରପୁରର ପୈତୃକ ଘର ଓ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି। ଗତ ସେପ୍ଟେମ୍ୱର ୩୦ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ଶିକ୍ଷକ […]

vigilance

Rakesh Mallick
  • Published: Wednesday, 05 October 2016
  • , Updated: 06 October 2016, 11:25 AM IST

ସୁନ୍ଦରଗଡ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କୁଦାମୂଷା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାମଲଙ୍କ ଘରେ ଚଢ଼ାଉ କରି କୋଟିଏ ଟଙ୍କାର ସଂପତ୍ତି ଠାବ କରିଛି। ଏହାଛଡ଼ା ତାଙ୍କ ସରକାରୀ ବାସଭବନ, ରାଉରକେଲାସ୍ଥିତ ନୂଆ ଘର, ଯାଜପୁର ଜିଲ୍ଲା ବିଂଝାରପୁରର ପୈତୃକ ଘର ଓ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

ଗତ ସେପ୍ଟେମ୍ୱର ୩୦ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ଶିକ୍ଷକ ସାମଲ କହୁଛନ୍ତି। ମାତ୍ର ସରକାରୀ ଭାବେ ଏହା ସ୍ପଷ୍ଟ ହୋଇନାହିଁ।

Related story