ସେକ୍ସ ରାକେଟ୍‌ ମାମଲା: ଉଦ୍ଧାର କିର୍ଗିଜିସ୍ତାନର ଯୁବତୀ ପାଟିରେ ଲୁଚାଇ ରଖିଥିଲେ ବ୍ଲେଡ୍‌

ଭୁବନେଶ୍ୱର: ସେକ୍ସ ରାକେଟ୍‌ ଲିଙ୍କରେ ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରୁ ଧରାପଡିଥିବା କିର୍ଗିଜିସ୍ତାନର ଯୁବତୀ ନିଜକୁ ବ୍ଲେଡ୍‌ ଯୋଗେ କ୍ଷତି ପହଞ୍ଚାଇବା ଲାଗି ମଙ୍ଗଳବାର ଉଦ୍ୟମ କରି ବିଫଳ ହୋଇଛନ୍ତି।  ତାଙ୍କ ନିକଟରୁ ଦୁଇଟି ବ୍ଲେଡ୍‌ ଜବତ କରାଯାଇଛି। ଯୁବତୀ ଜଣଙ୍କ ଦୀର୍ଘ ସମୟ ଧରି ବ୍ଲେଡ୍‌କୁ ପାଟି ଭିତରେ  ରଖିଥିଲେ। ରୁଚିକା କର୍ତ୍ତୃପକ୍ଷ ତାଙ୍କଠାରୁ ବ୍ଲେଡ୍‌ ଦୁଇଟିକୁ ଜବତ କରିଛନ୍ତି। ଏହି ଘଟଣା ପରେ ଦୁଇ ଜଣ ପୋଲିସ କର୍ମଚାରୀ ଓ ଜଣେ କାଉନସେଲର ତାଙ୍କ ଉପରେ […]

sex raket in bbsr

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 05:16 PM IST

ଭୁବନେଶ୍ୱର: ସେକ୍ସ ରାକେଟ୍‌ ଲିଙ୍କରେ ଭୁବନେଶ୍ୱର ଏକ ଆପାର୍ଟମେଣ୍ଟରୁ ଧରାପଡିଥିବା କିର୍ଗିଜିସ୍ତାନର ଯୁବତୀ ନିଜକୁ ବ୍ଲେଡ୍‌ ଯୋଗେ କ୍ଷତି ପହଞ୍ଚାଇବା ଲାଗି ମଙ୍ଗଳବାର ଉଦ୍ୟମ କରି ବିଫଳ ହୋଇଛନ୍ତି।  ତାଙ୍କ ନିକଟରୁ ଦୁଇଟି ବ୍ଲେଡ୍‌ ଜବତ କରାଯାଇଛି। ଯୁବତୀ ଜଣଙ୍କ ଦୀର୍ଘ ସମୟ ଧରି ବ୍ଲେଡ୍‌କୁ ପାଟି ଭିତରେ  ରଖିଥିଲେ। ରୁଚିକା କର୍ତ୍ତୃପକ୍ଷ ତାଙ୍କଠାରୁ ବ୍ଲେଡ୍‌ ଦୁଇଟିକୁ ଜବତ କରିଛନ୍ତି। ଏହି ଘଟଣା ପରେ ଦୁଇ ଜଣ ପୋଲିସ କର୍ମଚାରୀ ଓ ଜଣେ କାଉନସେଲର ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କୁ ରୁଚିକା ତରଫରୁ କାଉନସେଲିଂ ମଧ୍ୟ କରଯାଇଛି।

ରୁଚିକାର ବେଣୁଧର ସେନାପତି କହିଛନ୍ତି, “ପ୍ରଥମେ ଯୁବତୀ ଜଣଙ୍କ ପ୍ରତିକ୍ରିୟାଶୀଳ ହୋଇଉଠିଥିଲେ। ଏହାପରେ ତାଙ୍କୁ କାଉନସିଲିଂ କରାଯିବା ପରେ ସେ ଶାନ୍ତ ହୋଇଥିଲେ। ସେ ଏବେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଅଛନ୍ତି।”

 ଏ ନେଇ ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, “ଆମେ ଯୁବତୀଙ୍କୁ ଉଦ୍ଧାର କରିବା ପରେ ରୁଚିକା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲୁ। ଏହାପରେ ତାଙ୍କ ସୁରକ୍ଷା ପାଇଁ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛୁ। ଯଦି ରୁଚିକା କର୍ତ୍ତୃପକ୍ଷ ଆଉ କିଛି ସୁରକ୍ଷା ଲୋଡନ୍ତି ତେବେ ଯୋଗାଇ ଦିଆଯିବ।”

କିର୍ଗିଜିସ୍ତାନ ଦୂତାବାସ ସହ ବିଦେଶୀ ଯୁବତୀ ଜଣଙ୍କ କଥାବାର୍ତ୍ତା କରିଛନ୍ତି।

Related story