ବ୍ୟବସାୟୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬ ଲକ୍ଷ ଟଙ୍କା ଲୁଟ୍

ନୟାଗଡ଼: ନୟାଗଡ଼ ଜିଲ୍ଲା ବାଲୁଗାଁରେ ଆଜି ତିନି ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି। ନୟାଗଡ଼ ସଦର ଥାନା ଏଏସ୍‌ଆଇ ପ୍ରମୋଦ ନନ୍ଦ କହିଛନ୍ତି,“ବ୍ୟବସାୟୀ ଜଣଙ୍କ ନୟାଗଡ଼ ଡାକ୍ତରଖାନା ପାଖ ଏସ୍‌ବିଆଇରୁ ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁ ସରଧାପୁରକୁ […]

nayagada-loot

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 11:19 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ବାଲୁଗାଁରେ ଆଜି ତିନି ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି।

ନୟାଗଡ଼ ସଦର ଥାନା ଏଏସ୍‌ଆଇ ପ୍ରମୋଦ ନନ୍ଦ କହିଛନ୍ତି,“ବ୍ୟବସାୟୀ ଜଣଙ୍କ ନୟାଗଡ଼ ଡାକ୍ତରଖାନା ପାଖ ଏସ୍‌ବିଆଇରୁ ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁ ସରଧାପୁରକୁ ଯାଉଥିଲେ। ବାଲୁଗାଁ ଆଉ ପ୍ରାୟ ଅଧା କିଲୋମିଟର ଥିବା ବେଳେ ଖଣ୍ଡପଡ଼ା ପଟୁ  ଏକ ବାଇକ୍‌ରେ ଆସୁଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ପକାଇ ଟଙ୍କା ନେଇ ଫେରାର ହୋଇଯାଇଥିଲେ।”

ସେ କହିଛନ୍ତି,“ଅଭିଯୋଗ ପାଇବା ପରେ ଏସ୍‌ଡିପିଓ ଓ ସଦର ଥାନା ଆଇଆଇସି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସନ୍ଦେହ ଘେରକୁ ଆସୁଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି।”

Related story