ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ସାରଥିଙ୍କ ଜାମିନ୍ ଆବେଦନ ଖାରଜ

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ଶୁକ୍ରବାର ସାରଥିଙ୍କ ଜାମିନ ଖାରଜ ହୋଇଛି। କେନ୍ଦ୍ରାପଡ଼ା କୋର୍ଟରେ ସାରଥିଙ୍କ ଆବେଦନ ନାମଞ୍ଜୁର ହେବା ପରେ ପୁଣି ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏକ ଚାର୍ଜସିଟ୍ ଦାଖଲ କରିଥିଲା।

ଏନେଇ ସାରଥିଙ୍କ ଓକିଲ ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ବେଲ୍ ଲାଗି ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ସାରଥିଙ୍କ ଜାମିନକୁ ନାମଞ୍ଜୁର କରିଦେଇଛନ୍ତି।