ପରକୀୟାପ୍ରୀତି: ମହିଳାଙ୍କୁ ଛୁରି ମାରିଲେ ମହିଳା

ରାଉରକେଲା: ବନ୍ଧମୁଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ମହିଳା ଗୁରୁତର ଆହତ  ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ତରାଇ। ଲକ୍ଷ୍ମୀଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ବନ୍ଧମୁଣ୍ଡା ପରିବା ମାର୍କେଟ୍‌ରେ ଶାନ୍ତି ସିଂ ତାଙ୍କୁ ଛୁରାମାଡ଼ କରିଥିଲେ। ପରକୀୟାପ୍ରୀତିକୁ କେନ୍ଦ୍ର କରି ଶାନ୍ତି ଲକ୍ଷ୍ମୀଙ୍କୁ ଛୁରା ମାଡ଼ କରିଥିବା ଜଣାପଡିଛି। ପୋଲିସ ଶାନ୍ତିକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆକ୍ରମଣରେ ବ୍ୟବହୃତ […]

women attacked

Rakesh Mallick
  • Published: Friday, 25 March 2016
  • , Updated: 26 March 2016, 11:39 AM IST

ରାଉରକେଲା: ବନ୍ଧମୁଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ମହିଳା ଗୁରୁତର ଆହତ  ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ତରାଇ। ଲକ୍ଷ୍ମୀଙ୍କୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି। ବନ୍ଧମୁଣ୍ଡା ପରିବା ମାର୍କେଟ୍‌ରେ ଶାନ୍ତି ସିଂ ତାଙ୍କୁ ଛୁରାମାଡ଼ କରିଥିଲେ। ପରକୀୟାପ୍ରୀତିକୁ କେନ୍ଦ୍ର କରି ଶାନ୍ତି ଲକ୍ଷ୍ମୀଙ୍କୁ ଛୁରା ମାଡ଼ କରିଥିବା ଜଣାପଡିଛି। ପୋଲିସ ଶାନ୍ତିକୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆକ୍ରମଣରେ ବ୍ୟବହୃତ ଛୁରି ପୋଲିସ ଉଦ୍ଧାର କରିଛି। ଉଭୟ ଆହତ ଓ ଅଭିଯୁକ୍ତ ମହିଳା ପରିବା ବିକାଳି ବୋଲି ଜଣାପଡିଛି।

ଅଭିଯୁକ୍ତ ଶାନ୍ତି କହିଛି, “ମୋ ସ୍ୱାମୀ ସହ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ମହିଳାଙ୍କର ଖରାପ ସମ୍ପର୍କ ଥିଲା। ବାରମ୍ବାର ମାନ କରିବା ସତ୍ତ୍ୱେ କିଛି ଲାଭ ହେଲା ନାହିଁ। ତେଣୁ ଏପରି କିରିଛି।”

Related story