ଛତ୍ରପୁର: ଯୌତୁକ ପାଇଁ ମହିଳାଙ୍କୁ ଶାରୀରିକ ନିର୍ଯାତନା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗାଁରେ ଜଣେ ବିବାହିତା ମହିଳାଙ୍କୁ ବନ୍ଦ କୋଠରି ମଧ୍ୟରେ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତିତା ମହିଳା ହେଲେ ମଲା ନାହକ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ଯୌତୁକ ପାଇଁ ମଲାଙ୍କୁ ଏକ ବନ୍ଦ କୋଠରି ମଧ୍ୟରେ ରଖି ପ୍ରାୟ ୨୦ ଦିନ ହେଲା ଶାଶୁ ଘର ଲୋକେ ନିର୍ଯାତନା ଦେଉଥିଲେ। ବାଲିଛାଇ ଫାଣ୍ଡିରେ […]

mahila

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 05:39 AM IST

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗାଁରେ ଜଣେ ବିବାହିତା ମହିଳାଙ୍କୁ ବନ୍ଦ କୋଠରି ମଧ୍ୟରେ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତିତା ମହିଳା ହେଲେ ମଲା ନାହକ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଅଧିକ ଯୌତୁକ ପାଇଁ ମଲାଙ୍କୁ ଏକ ବନ୍ଦ କୋଠରି ମଧ୍ୟରେ ରଖି ପ୍ରାୟ ୨୦ ଦିନ ହେଲା ଶାଶୁ ଘର ଲୋକେ ନିର୍ଯାତନା ଦେଉଥିଲେ। ବାଲିଛାଇ ଫାଣ୍ଡିରେ ଏଭଳି ଅଭିଯୋଗ କରିଛନ୍ତି ବାପ ଘର ଲୋକେ। କିରୋସିନି ଢାଳି ନିଆଁ ଲଗାଯିବା ସହ ତାଙ୍କ ଉପରେ ଲାଠି ମାଡ଼ କରାଯାଇଥିବା ମଲାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story