ମାଖୁନୁ ବାଗ ହତ୍ୟା ଘଟଣା: ଆଉ ଜଣେ ହୋମଗାର୍ଡ ଗିରଫ, ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଲା

ସୋନପୁର: ମାଖନୁ ବାଗ୍ ହତ୍ୟା ମାମଲାରେ ବରଗଡ ଜିଲ୍ଲା ଭେଡେନ ଥାନାର ହୋମଗାର୍ଡ ପ୍ରକାଶ ଦେହୁରୀଙ୍କୁ ଉଲୁଣ୍ଡା ପୋଲିସ ଗିରଫ କରିଛି। ଏହାସହିତ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ଏହି ମାମଲାରେ ଉକ୍ତ ଥାନାର ହୋମଗାର୍ଡ ପ୍ରମୋଦ ସାହୁଙ୍କୁ ଉଲୁଣ୍ଡା ପୋଲିସ ଗିରଫ କରିଥିଲା। ଏହି ମାମଲାରେ ଏବେ ବି ଥାନା ଓଆଇସି ସୁଶୀଳ ନାୟକଙ୍କ ସମେତ ୩ କର୍ମଚାରୀ ଫେରାର ଅଛନ୍ତି। ୨୮ ତାରିଖରେ ଥାନାର ଏସ୍ଆଇ ସୌମ୍ୟରଞ୍ଜନ […]

makhun-hatya-kanda

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 12:40 PM IST

ସୋନପୁର: ମାଖନୁ ବାଗ୍ ହତ୍ୟା ମାମଲାରେ ବରଗଡ ଜିଲ୍ଲା ଭେଡେନ ଥାନାର ହୋମଗାର୍ଡ ପ୍ରକାଶ ଦେହୁରୀଙ୍କୁ ଉଲୁଣ୍ଡା ପୋଲିସ ଗିରଫ କରିଛି। ଏହାସହିତ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଗତକାଲି ଏହି ମାମଲାରେ ଉକ୍ତ ଥାନାର ହୋମଗାର୍ଡ ପ୍ରମୋଦ ସାହୁଙ୍କୁ ଉଲୁଣ୍ଡା ପୋଲିସ ଗିରଫ କରିଥିଲା। ଏହି ମାମଲାରେ ଏବେ ବି ଥାନା ଓଆଇସି ସୁଶୀଳ ନାୟକଙ୍କ ସମେତ ୩ କର୍ମଚାରୀ ଫେରାର ଅଛନ୍ତି। ୨୮ ତାରିଖରେ ଥାନାର ଏସ୍ଆଇ ସୌମ୍ୟରଞ୍ଜନ ପାତ୍ର ଓ ଏଏସଆଇ ପୀତାମ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୭ ତାରିଖରେ ଭେଡେନ ଥାନାଧିକାରୀ ଏକ ମାମଲାରେ ଜେରା କରିବା ପାଇଁ ଦେକୁଲବା ଗାଁର ମାଖୁନୁଙ୍କୁ ଥାନାକୁ ନେଇଥିଲେ । ତା’ପରଠୁ ମାଖୁନୁ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ମାଖୁନୁଙ୍କ ପତ୍ତା ପାଇ ନ ଥିଲେ। ଘଟଣାର ଦୁଇମାସ ପରେ ସେପ୍ଟେମ୍ୱର ୨୪ ତାରିଖରେ ସୋନପୁର ଜିଲ୍ଲା ମେଟାକାନି ଜଙ୍ଗଲରୁ ଏକ କଙ୍କାଳ ମିଳିଥିଲା। ଏହା ପରେ ମାଖୁନୁଙ୍କ ପୁଅ ବିଜୁ ଉଲୁଣ୍ଡା ଥାନାରେ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ତାଙ୍କ ବାପାଙ୍କୁ ଭେଡେନ ପୋଲିସ ହତ୍ୟା କରି ମେଟକାନି ଜଙ୍ଗଲରେ ଫୋପାଡି ଦେଇଛି। ଅଭିଯୋଗ ପାଇବା ପରେ ଉଲୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। କଙ୍କାଳର ଡିଏନଏ ପରୀକ୍ଷା କରାଯିବା ପରେ ତାହା ମାଖୁନୁଙ୍କ ବୋଲି ଜଣାପଡିଥିଲା ।

Related story