ଓଏଏସ୍ କ୍ୱାର୍ଟର୍ସରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: କ୍ୟାପିଟାଲ୍ ହସ୍ପିଟାଲରେ ମଣିପୁର ପୋଲିସର ତଦନ୍ତ

ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମଣିପୁର ଯୁବକ ଏଲ.ପୁମାଇଙ୍କ ମୃତଦେହ ଉଦ୍ଧାର ଘଟଣାରେ ସୋମବାର କ୍ୟାପିଟାଲ୍ ହସ୍ପିଟାଲରେ ମଣିପୁର ପୋଲିସ୍ ତଦନ୍ତ କରିଛି। ମଣିପୁର ଡିଏସପି ଏଜି ଶର୍ମା, ଆଜି ହସ୍ପିଟାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଭେଟିଛନ୍ତି। ମୃତ୍ୟୁ ପୂର୍ବରୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ ଏଲ୍ .ପୁମାଇ। ସେ ସମୟର ସିସିଟିଭି ଫୁଟେଜ୍ ମାଗିଥିଲା ମଣିପୁର ପୋଲିସ୍। ତେବେ ହସ୍ପିଟାଲ୍ ରିନୋଭେସନ୍ କାମ ଚାଲିଥିବାରୁ ଡିସେମ୍ୱର ୫ ପୂର୍ବରୁ ସିସିଟିଭି ଫୁଟେଜ୍ ମିଳିପାରିବ ନାହିଁ ବୋଲି କ୍ୟାପିଟାଲ୍ […]

manipur police

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 02:33 PM IST

ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମଣିପୁର ଯୁବକ ଏଲ.ପୁମାଇଙ୍କ ମୃତଦେହ ଉଦ୍ଧାର ଘଟଣାରେ ସୋମବାର କ୍ୟାପିଟାଲ୍ ହସ୍ପିଟାଲରେ ମଣିପୁର ପୋଲିସ୍ ତଦନ୍ତ କରିଛି। ମଣିପୁର ଡିଏସପି ଏଜି ଶର୍ମା, ଆଜି ହସ୍ପିଟାଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଭେଟିଛନ୍ତି। ମୃତ୍ୟୁ ପୂର୍ବରୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ ଏଲ୍ .ପୁମାଇ। ସେ ସମୟର ସିସିଟିଭି ଫୁଟେଜ୍ ମାଗିଥିଲା ମଣିପୁର ପୋଲିସ୍।

ତେବେ ହସ୍ପିଟାଲ୍ ରିନୋଭେସନ୍ କାମ ଚାଲିଥିବାରୁ ଡିସେମ୍ୱର ୫ ପୂର୍ବରୁ ସିସିଟିଭି ଫୁଟେଜ୍ ମିଳିପାରିବ ନାହିଁ ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ ସୁପରିଟେଣ୍ଡେଣ୍ଟ କହିଛନ୍ତି। ଗତ ୨ ତାରିଖରେ ଝୁଲନ୍ତା ଅବସ୍ଥାରେ ମଣିପୁରର ଯୁବକ ଏଲ.ପୁମାଇଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଦର୍ଶାଇଥିଲା କମିଶନରେଟ୍ ପୋଲିସ୍। ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

Related story