ମାଓବାଦୀ ନାଁରେ ଟଙ୍କା ଆଦାୟ କରୁଥିବା ବେଳେ ଧରାପଡିଲେ ଜଣେ

ବୌଦ୍ଧ: ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତର ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମ କୁଞ୍ଜୁକୁଞ୍ଜା ସାହିର ସୁରଥ ନାଏକ। ସୁରଥ ତଳଗାଁ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍‌ଙ୍କୁ ମାଓବାଦୀ ନାଁରେ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜୀବନରୁ ମାରି ଦେବାକୁ ସେ ଧମକପୂର୍ଣ୍ଣ ଚିଠି ଦେଇଥିଲେ। […]

maobadi

maobadi

Rakesh Mallick
  • Published: Thursday, 15 December 2016
  • Updated: 15 December 2016, 11:36 PM IST

Sports

Latest News

ବୌଦ୍ଧ: ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହରଭଙ୍ଗା ଥାନା ତଳଗାଁ ପଞ୍ଚାୟତର ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମ କୁଞ୍ଜୁକୁଞ୍ଜା ସାହିର ସୁରଥ ନାଏକ।

ସୁରଥ ତଳଗାଁ ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍‌ଙ୍କୁ ମାଓବାଦୀ ନାଁରେ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜୀବନରୁ ମାରି ଦେବାକୁ ସେ ଧମକପୂର୍ଣ୍ଣ ଚିଠି ଦେଇଥିଲେ। କେବଳ ଜିଆରଏସ୍‌ଙ୍କୁ ନୁହେଁ ରାଣିସାହିର ଜଣେ ଶିକ୍ଷକଙ୍କୁ ମଧ୍ୟ ଏଭଳି ଚିଠି ଦେଇଥିଲେ।

ଗତକାଲି ଜିଆରଏସ୍‌ ଗାଁ ଲୋକଙ୍କ ସହାୟତାରେ ସୁରଥଙ୍କୁ ରାଣିସାହିରୁ କାବୁ କରି ହରଭଙ୍ଗା ଥାନାରେ ଜିମା ଦେଇଥିଲେ।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ନକଲି ମାଓବାଦୀଙ୍କ ସହ ଆଉ କେହି ସମ୍ପୃକ୍ତ ଅଛନ୍ତି କି ତାହା ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos