ମାଓନେତା ସବ୍ୟସାଚୀଙ୍କୁ ଆଶ୍ରୟ ଦେଇଥିବା ଚନ୍ଦ୍ରା ରାଓ ଗିରଫ

ବ୍ରହ୍ମୁପର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବ୍ରହ୍ମପୁରର ଏକ ସ୍ୱତନ୍ତ୍ର ପୋଲିସ୍‌ ଟିମ୍ ଆଜି ଏ. ଚନ୍ଦ୍ରା ରାଓଙ୍କୁ ଗିରଫ କରିଛି। ୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାର୍ଥାପେଟା ସାହିର ଚନ୍ଦ୍ରା ରାଓଙ୍କ ଘରୁ ବ୍ରହ୍ମପୁର ପୋଲିସ୍ ସବ୍ୟସାଚୀ ପଣ୍ଡାଙ୍କୁ ଗିରଫ କରିଥିଲା। ଆଉ ସେହି ଦିନ ଠାରୁ ପୁଲିସ ଚନ୍ଦ୍ରା ରାଓଙ୍କୁ ଖୋଜୁଥିଲା। ଆଜି ସେ ବ୍ରହ୍ମପୁରର ଏକ ଘରୋଇ ନର୍ସିଂ ହୋମ୍‌କୁ […]

chandra-rao

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 04:29 PM IST

ବ୍ରହ୍ମୁପର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବ୍ରହ୍ମପୁରର ଏକ ସ୍ୱତନ୍ତ୍ର ପୋଲିସ୍‌ ଟିମ୍ ଆଜି ଏ. ଚନ୍ଦ୍ରା ରାଓଙ୍କୁ ଗିରଫ କରିଛି।

୨୦୧୪ ଜୁଲାଇ ୧୮ ତାରିଖରେ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ମାର୍ଥାପେଟା ସାହିର ଚନ୍ଦ୍ରା ରାଓଙ୍କ ଘରୁ ବ୍ରହ୍ମପୁର ପୋଲିସ୍ ସବ୍ୟସାଚୀ ପଣ୍ଡାଙ୍କୁ ଗିରଫ କରିଥିଲା। ଆଉ ସେହି ଦିନ ଠାରୁ ପୁଲିସ ଚନ୍ଦ୍ରା ରାଓଙ୍କୁ ଖୋଜୁଥିଲା। ଆଜି ସେ ବ୍ରହ୍ମପୁରର ଏକ ଘରୋଇ ନର୍ସିଂ ହୋମ୍‌କୁ ଚିକିତ୍ସା ପାଇଁ ଆସିଥିବା ବେଳେ ପୋଲିସ୍‌ର ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ଗିରଫ କରିଥିଲା ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି।

ଚନ୍ଦ୍ରା ରାଓ କହିଛନ୍ତି,“ ମୁଁ ସବ୍ୟସାଚୀଙ୍କୁ ଚିହ୍ନି ନ ଥିଲି। ସେ ନିଜକୁ ଚାଉଳ ବେପାରୀ ଗୋପାଳ ଦାସ କହି ଆମ ଘରେ ରହିଥିଲେ। ସେ ମୋ ମା’ଙ୍କୁ ସେହି ପରିଚୟ ଦେଇ ରହିଥିଲେ। ମୁଁ ସେତେବେଳେ ବାହାରେ ଚିକିତ୍ସିତ ହେଉଥିଲି। ପରବର୍ତ୍ତୀ ସମୟରେ ପୋଲିସ୍ ମୋତେ ଖୋଜୁ ଥିବାରୁ ମୁଁ ଭୟରେ ଆସୁ ନ ଥିଲି।”

Related story