ମିଦାସ ଚିଟଫଣ୍ଡ ସଂସ୍ଥାର ଏମଡି ଓ ଡାଇରେକ୍ଟର ଗିରଫ

ଭୁବନେଶ୍ୱର:ମିଦାସ ଚିଟଫଣ୍ଡ ନାଁରେ ୫୦କୋଟି ଟଙ୍କା ଠକେଇ ଅଭିଯୋଗରେ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରଙ୍କୁ ଆଜି ସିବିଆଇ ଗୁଜରାଟର ଭଦୋଦରାସ୍ଥିତ ଗୋତ୍ରୀରୁ ଗିରଫ କରିଛି। ସେମାନେ ହେଲେ ଏମଡି ସୌଭାଗ୍ୟ ସାମଲ ଓ ଡାଇରେକ୍ଟର ନିରୁପମା ସାମଲ। ୨୦୧୩ରୁ ସେମାନେ ଫେରାର ଥିଲେ। ସେମାନଙ୍କୁ ବରୋଦା କୋର୍ଟରେ ହାଜର କରାଯିବ। ମିଦାସ ଚିଟଫଣ୍ଡ ନାଁରେ ୫୦କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଏହି ସଂସ୍ଥା ଭୁବନେଶ୍ୱର ସମେତ ଅନୁଗୋଳ, ଢେଙ୍କାନାଳ ଓ ବାରିପଦାରେ କାର୍ଯ୍ୟାଳୟ […]

chitfund

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 08:26 PM IST

ଭୁବନେଶ୍ୱର:ମିଦାସ ଚିଟଫଣ୍ଡ ନାଁରେ ୫୦କୋଟି ଟଙ୍କା ଠକେଇ ଅଭିଯୋଗରେ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ଓ ଡାଇରେକ୍ଟରଙ୍କୁ ଆଜି ସିବିଆଇ ଗୁଜରାଟର ଭଦୋଦରାସ୍ଥିତ ଗୋତ୍ରୀରୁ ଗିରଫ କରିଛି। ସେମାନେ ହେଲେ ଏମଡି ସୌଭାଗ୍ୟ ସାମଲ ଓ ଡାଇରେକ୍ଟର ନିରୁପମା ସାମଲ। ୨୦୧୩ରୁ ସେମାନେ ଫେରାର ଥିଲେ। ସେମାନଙ୍କୁ ବରୋଦା କୋର୍ଟରେ ହାଜର କରାଯିବ। ମିଦାସ ଚିଟଫଣ୍ଡ ନାଁରେ ୫୦କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି। ଏହି ସଂସ୍ଥା ଭୁବନେଶ୍ୱର ସମେତ ଅନୁଗୋଳ, ଢେଙ୍କାନାଳ ଓ ବାରିପଦାରେ କାର୍ଯ୍ୟାଳୟ ଖୋଲି କାରବାର କରୁଥିଲା।

ସେହିଭଳି ରାଜ୍ୟ ବାହାରେ ମହାରାଷ୍ଟ୍ର, ଆସାମ, ଗୁଜରାଟ ଓ ଛତିଶଗଡ଼ରେ ମଧ୍ୟ କମ୍ପାନୀ ବ୍ରାଞ୍ଚ ଖୋଲି ଚିଟଫଣ୍ଡ ସହ ରିଅଲ ଇଷ୍ଟେଟ୍‌ ଓ ବୀମା ଆଦି ବ୍ୟବସାୟ କରୁଥିଲା।

Related story