ମୋହନା: ନିଖୋଜ ୩ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ପୋଡ଼ି ଦେଲେ ଅଭିଯୁକ୍ତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ପଦ୍ମନାଭପୁର ଗାଁର ନିଖୋଜ ୩ ଜଣ ଯୁବକଙ୍କ ଦଗ୍ଧ ଦେହାବଶେଷ ଖମାରୀ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକମାନେ ହେଲେ ପ୍ରଦୀପ ସେଠୀ, ନାନ୍ଦେଶୁ ରେଡ୍ଡି ଏବଂ ଜଗନ୍ନାଥ ରେଡ୍ଡି। ମୃତ ପ୍ରଦୀପଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ଲୋଚନ ବେହେରା ନାମକ ଜଣେ ବୀମା କମ୍ପାନୀର ଏଜେଣ୍ଟକୁ ଦେଖା କରିବା ପାଇଁ ପ୍ରଦୀପ ତାଙ୍କ ଦୁଇ ସାଙ୍ଗ ନାନ୍ଦେଶୁ ଓ ଜଗନ୍ନାଥଙ୍କୁ ଧରି […]

komana

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 02:12 PM IST

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ପଦ୍ମନାଭପୁର ଗାଁର ନିଖୋଜ ୩ ଜଣ ଯୁବକଙ୍କ ଦଗ୍ଧ ଦେହାବଶେଷ ଖମାରୀ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକମାନେ ହେଲେ ପ୍ରଦୀପ ସେଠୀ, ନାନ୍ଦେଶୁ ରେଡ୍ଡି ଏବଂ ଜଗନ୍ନାଥ ରେଡ୍ଡି। ମୃତ ପ୍ରଦୀପଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତ ୨୩ ତାରିଖରେ ଲୋଚନ ବେହେରା ନାମକ ଜଣେ ବୀମା କମ୍ପାନୀର ଏଜେଣ୍ଟକୁ ଦେଖା କରିବା ପାଇଁ ପ୍ରଦୀପ ତାଙ୍କ ଦୁଇ ସାଙ୍ଗ ନାନ୍ଦେଶୁ ଓ ଜଗନ୍ନାଥଙ୍କୁ ଧରି ଗୋଠକେଳି ଯାଇଥିଲେ। ସେବେଠାରୁ ସେମାନେ ନିଖୋଜ ଥିଲେ। ଏ ନେଇ ସେମାନେ ମୋହନା ଥାନାରେ ଜଣାଇବା ସହ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଦଫା ୩୦୨, ୨୦୧, ଆଇପିସି ୩୪ରେ ଏକ ମାମଲା (ନଂ. ୧୧୨/୧୫) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ପୋଲିସ୍ ଗୋଠକେଳି ଗାଁ ନିକଟ ଏକ ସ୍ଥାନରୁ ଭଙ୍ଗାରୁଜା ଅବସ୍ଥାରେ ପଡିଥିବା ଏକ ବାଇକ, ହେଲମେଟ ଓ ୩ ହଳ ଜୋତା ଜବତ କରିଥିଲା। ଆଜି ଜବତ ଜିନଷର ୩ କି.ମି. ଦୂର ଲଖାରୀ ଜଙ୍ଗଲ ଭିତରୁ ସେମାନଙ୍କ ଦଗ୍ଧ ଦେହାବଶେଷ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ମିଳିଥିବା ବ୍ରେସଲେଟ୍ ଓ ଚେନରୁ ମୃତକମାନଙ୍କୁ ସେମାନଙ୍କ ପରିବାର ଲୋକେ ଚିହ୍ନଟ କରିଥିବା ଏସପି ସତ୍ୟଜିତ ନାୟକ କହିଛନ୍ତି।

ଘଟଣା ପଛରେ ବୀମା ଏଜେଣ୍ଟ ଲୋଚନ ବେହେରାଙ୍କ ହାତ ଥିବା ପୋଲିସ ସନ୍ଦେହ କରୁଛି। ଘଟଣା ପରଠାରୁ ଲୋଚନ ଫେରାର ଥିବା ବେଳେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତିନିଜଣଙ୍କୁ ଗୋଠକେଳିରେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ପାଇଁ ଖମାରୀ ଜଙ୍ଗଲକୁ ଅଣଶଯାଇ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ତେବେ ଏଭଳି ସ୍ଥିତିରେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

 

Related story