ମୋରଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ନିଯୁକ୍ତ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ପାଣିଗ୍ରାହୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢାଉ ବେଳେ ଏକାଧିକ ଜମି ପଟ୍ଟା, ବ୍ୟାଙ୍କ ପାସବୁକ୍‌, ସୁନା ଅଳଙ୍କାର, ଫିକ୍ସ ଡିପୋଜିଟ ଓ  ବୀମା ସାର୍ଟିଫିକେଟ ଜବତ କରାଯାଇଛି। ଭବାନୀଙ୍କ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଅଫିସ, ବାଲେଶ୍ୱର ଜିଲ୍ଲା ଚୂନାଭାଟି ସ୍ଥିତ ନିଜଘର, ସାହୁପଡ଼ା ଶଶ୍ୱୁର ଘର ଓ […]

baleswar

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 06:05 PM IST

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ନିଯୁକ୍ତ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ପାଣିଗ୍ରାହୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢାଉ ବେଳେ ଏକାଧିକ ଜମି ପଟ୍ଟା, ବ୍ୟାଙ୍କ ପାସବୁକ୍‌, ସୁନା ଅଳଙ୍କାର, ଫିକ୍ସ ଡିପୋଜିଟ ଓ  ବୀମା ସାର୍ଟିଫିକେଟ ଜବତ କରାଯାଇଛି।

ଭବାନୀଙ୍କ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ ଥିବା ଅଫିସ, ବାଲେଶ୍ୱର ଜିଲ୍ଲା ଚୂନାଭାଟି ସ୍ଥିତ ନିଜଘର, ସାହୁପଡ଼ା ଶଶ୍ୱୁର ଘର ଓ ଜମ୍ବେଶ୍ୱର ପୈତୃକ ଘରେ  ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢ଼ାଉ କରିଥିଲେ। ଭିଜିଲାନ୍ସ ଡିଏସ୍‌ପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ୪ଟି ଟିମ୍‌ ଏହି ଚଢାଉ କରିଥିଲା। ଭବାନୀଙ୍କର ଏକାଧିକ ସ୍ଥାନରେ ଦୁଇ ମହଲା କୋଠା ଥିବା ଜଣାପଡ଼ିଛି।

Related story