ମୋତିଲାଲ କେଳେଙ୍କାରୀ: ଆଉ ୨ ଜଣ ଡାକ୍ତରଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡଙ୍କ ସହଯୋଗୀ ହିମାଂଶୁ କର ଓରଫ ହାଫିଙ୍କ ପତ୍ନୀ ଶ୍ରାବଣୀଙ୍କୁ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି ଆଉ ଜଣେ ଡାକ୍ତରଙ୍କ ସମେତ ୨ ଜଣଙ୍କୁ ଜେରା କରିଛି। ସେମାନେ ହେଲେ କ୍ୟାପିଟାଲ ହସ୍ପିଟାଲ୍‌ର ଡାକ୍ତର ଏସ୍‌.କେ. ମେହେର ଓ କ୍ୟାପିଟାଲ ହସ୍ପିଟାଲ ପୂର୍ବତନ ଅଡିଓଲୋଜିଷ୍ଟ କ୍ଷୀରୋଦ ପଣ୍ଡା। ୨୦୦୮ରେ ଶ୍ରାବଣୀଙ୍କୁ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା। ଏଥିପାଇଁ ମେଡିକାଲ୍‌ ବୋର୍ଡର ସଦସ୍ୟ ଥିବା ଡାକ୍ତର ମେହେର ଓ ଅଡିଓଲୋଜିଷ୍ଟ୍‌ […]

motilal

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 05:53 PM IST

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡଙ୍କ ସହଯୋଗୀ ହିମାଂଶୁ କର ଓରଫ ହାଫିଙ୍କ ପତ୍ନୀ ଶ୍ରାବଣୀଙ୍କୁ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି ଆଉ ଜଣେ ଡାକ୍ତରଙ୍କ ସମେତ ୨ ଜଣଙ୍କୁ ଜେରା କରିଛି। ସେମାନେ ହେଲେ କ୍ୟାପିଟାଲ ହସ୍ପିଟାଲ୍‌ର ଡାକ୍ତର ଏସ୍‌.କେ. ମେହେର ଓ କ୍ୟାପିଟାଲ ହସ୍ପିଟାଲ ପୂର୍ବତନ ଅଡିଓଲୋଜିଷ୍ଟ କ୍ଷୀରୋଦ ପଣ୍ଡା।

୨୦୦୮ରେ ଶ୍ରାବଣୀଙ୍କୁ ଜାଲ୍‌ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା। ଏଥିପାଇଁ ମେଡିକାଲ୍‌ ବୋର୍ଡର ସଦସ୍ୟ ଥିବା ଡାକ୍ତର ମେହେର ଓ ଅଡିଓଲୋଜିଷ୍ଟ୍‌ କ୍ଷୀରୋଦ ପଣ୍ଡା ସୁପାରିଶ କରିଥିବା ଅଭିଯୋଗ ହୋଇଥିଲା।

ଏ ସମ୍ପର୍କରେ ଡାକ୍ତର ମେହେର କହିଛନ୍ତି, “ମୁଁ ୨୦୦୮ରେ ଜିଲ୍ଲା ମେଡିକାଲ୍‌ ବୋର୍ଡର ସଦସ୍ୟ ଥିବାରୁ ମୋତେ କ୍ରାଇମ୍‌ବ୍ରାଞ୍ଚ ଡାକି ସେ ସମ୍ପର୍କରେ ପଚାରିଥିଲେ।”

ଅଡିଓଲୋଜିଷ୍ଟ କ୍ଷୀରୋଦ ପଣ୍ଡା କହିଛନ୍ତି, “ମୁଁ ଅଡିଓ ଟେଷ୍ଟ କରିଥିଲି କି ନାହିଁ ସେ ସମ୍ପର୍କରେ କୌଣସି ରିପୋର୍ଟ ନାହିଁ।”

ଏହି ଘଟଣାରେ ଗତକାଲି କ୍ରାଇମ୍‌ବ୍ରାଞ୍ଚ କ୍ୟାପିଟାଲ ହସ୍ପିଟାଲ୍‌ ଇଏନ୍‌ଟି ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ଜେରା କରିଥିଲା।

Related story