ଛାତ୍ର ବୃତ୍ତି ଟଙ୍କା ଲୁଟିଲେ ଦୁର୍ବୃତ୍ତ

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବସ୍‌ଷ୍ଟାଣ୍ଡରୁ ଆମ୍ୱଦୋଳା ସେବାଶ୍ରମ ଶିକ୍ଷକଙ୍କଠାରୁ ଆଜି ଲୁଟ୍‌ ହୋଇଛି। ଶିକ୍ଷକ ଜଣଙ୍କ ସେବାଶ୍ରମ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୨ ଲକ୍ଷ ୧୭ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଆସୁଥିବା ବେଳେ ଦୁଇ ଜଣ ଯୁବକ ପଲସ୍‌ରରେ ଆସି ଏହି ଲୁଟ କରିଛନ୍ତି। ଶିକ୍ଷକ ଜଣଙ୍କ ଆଜି ବ୍ୟାଙ୍କରୁ ବୃତ୍ତି ଟଙ୍କା ଉଠାଇ ଆସୁଥିଲେ। ଏହି ସମୟରେ ବସ୍‌ଷ୍ଟାଣ୍ଡ ନିକଟରେ ଦୁଇ ଜଣ ଯୁବକ ପଲସରରେ ଆସି ଟଙ୍କା ବ୍ୟାଗ ଛଡ଼ାଇ ପଳାଇବାକୁ […]

loot

loot

Rakesh Mallick
  • Published: Tuesday, 04 October 2016
  • Updated: 04 October 2016, 06:12 PM IST

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବସ୍‌ଷ୍ଟାଣ୍ଡରୁ ଆମ୍ୱଦୋଳା ସେବାଶ୍ରମ ଶିକ୍ଷକଙ୍କଠାରୁ ଆଜି ଲୁଟ୍‌ ହୋଇଛି। ଶିକ୍ଷକ ଜଣଙ୍କ ସେବାଶ୍ରମ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୨ ଲକ୍ଷ ୧୭ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ଆସୁଥିବା ବେଳେ ଦୁଇ ଜଣ ଯୁବକ ପଲସ୍‌ରରେ ଆସି ଏହି ଲୁଟ କରିଛନ୍ତି।

ଶିକ୍ଷକ ଜଣଙ୍କ ଆଜି ବ୍ୟାଙ୍କରୁ ବୃତ୍ତି ଟଙ୍କା ଉଠାଇ ଆସୁଥିଲେ। ଏହି ସମୟରେ ବସ୍‌ଷ୍ଟାଣ୍ଡ ନିକଟରେ ଦୁଇ ଜଣ ଯୁବକ ପଲସରରେ ଆସି ଟଙ୍କା ବ୍ୟାଗ ଛଡ଼ାଇ ପଳାଇବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଏକାଠି ହୋଇବାରୁ ଦୁର୍ବୃତ୍ତମାନେ ବାଇକ୍‌ ଛାଡ଼ି ଟଙ୍କା ବ୍ୟାଗ ଧରି ଫେରାର ହୋଇଯାଇ ଥିଲେ। ଏ ନେଇ ମୁନିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ସେହିପରି ବାଲେଶ୍ୱର ଆଇଟିଆଇ ଛକରୁ ମଧ୍ୟ ଏକ ଲୁଟ୍‌ ହୋଇଛି। ଲୁଟେରାମାନେ ହୋଟେଲ ସମ୍ମୁଖରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos