ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ଭରମାଝିଗୁଡ଼ା ଗାଁରେ ପୋଲିସ୍ ଚଢ଼ାଉ କରି ୧୪୪ଟି ନକଲି ୫ଶହ ଟଙ୍କିଆ ନୋଟ୍ ଜବତ କରିଛି। ଏହି ଘଟଣାରେ ଗାଁର ସଦାଶିବ ହରିଜନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେହିପରି ସଦାଶିବର ମା’ ଓ ଭଉଣୀକୁ ମଧ୍ୟ ପୋଲିସ୍ ଅଟକରଖି ପଚରାଉଚରା କରୁଛି।
ନିକଟରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ କୋରାପୁଟ ଜିଲ୍ଲା ପଟାଙ୍ଗୀରୁ ଗିରଫ ହୋଇଥିବା ନନ୍ଦିନୀ ହରିଜନ ସହିତ ସଦାଶିବର ଲିଙ୍କ୍ ଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସଦାଶିବକୁ ଜାଲ୍ ନୋଟ୍ ଦେଇଥିବା ଅନ୍ୟ ଜଣେ ବ୍ୟକ୍ତିକୁ ଏବେ ଖୋଜୁଛି ପୋଲିସ୍।