ନବରଙ୍ଗପୁର: ଦୁଇ ଭାଇଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍  ବେନୋରା ପଞ୍ଚାୟତ ନୂଆଗୁଡ଼ା ଗୁନିଆସାହିରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ହେଲେ ରାଜମନ ଗୌଡ଼ଙ୍କ ଦୁଇ ପୁଅ ମନିରାମ ଓ ଚୈତନ୍ୟ। ଆଜି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଗତକାଲି ଜ୍ୱରରେ ପୀଡ଼ିତ ରାଜମନଙ୍କ ୩ ପୁଅ ଓ ପତ୍ନୀ ମାଣ୍ଡିଆ ଜାଉ ଖାଇଥିଲେ। ଏହାପରେ ୨ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ […]

death

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 08:12 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍  ବେନୋରା ପଞ୍ଚାୟତ ନୂଆଗୁଡ଼ା ଗୁନିଆସାହିରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ହେଲେ ରାଜମନ ଗୌଡ଼ଙ୍କ ଦୁଇ ପୁଅ ମନିରାମ ଓ ଚୈତନ୍ୟ। ଆଜି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

ଗତକାଲି ଜ୍ୱରରେ ପୀଡ଼ିତ ରାଜମନଙ୍କ ୩ ପୁଅ ଓ ପତ୍ନୀ ମାଣ୍ଡିଆ ଜାଉ ଖାଇଥିଲେ। ଏହାପରେ ୨ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଓ ଅନ୍ୟ ଜଣେ ପୁଅଙ୍କ ଅବସ୍ଥା ଗୁରୁତର ରହିଛି। ରାଜମନଙ୍କ ସାନ ପୁଅଙ୍କୁ ନବରଙ୍ଗପୁର ଓ  ପତ୍ନୀ ସନ୍‌ମତିଙ୍କୁ ଉମରକୋଟ ଡାକ୍ତରଖାନା ଭର୍ତ୍ତି କରାଯାଇଛି।

ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story