ଉମରକୋଟ: ଦୁଇ ନାବାଳକଙ୍କ ମୃତ୍ୟୁ ଘଟଣା; ପରିବାର ପକ୍ଷରୁ କ୍ୱାକ୍‌ଙ୍କ ନାଁରେ ଥାନାରେ ଏତଲା

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବେନୋରା ପଞ୍ଚାୟତର ନୂଆଗଡ଼ ଗାଁରେ ଗୋଟିଏ ପରିବାରର ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ କ୍ୱାକ୍‌  ମନୋଜ ଖଟୁଆଙ୍କ ନାଁରେ ଗତକାଲି ପରିବାର ପକ୍ଷରୁ  ଥାନାରେ ଏତଲା ଦିଆଯାଇଛି। ରବିବାର ନୂଆଗଡ଼ ଗାଁର ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଉମରକୋଟ ଓ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗତକିଛି ଦିନ ଧରି ପରିବାରର ସମସ୍ତଙ୍କୁ ଜ୍ୱର ହୋଇଥିଲା ଓ ସେମାନେ କ୍ୱାକ୍‌ଙ୍କଠାରୁ […]

death

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 11:58 AM IST

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବେନୋରା ପଞ୍ଚାୟତର ନୂଆଗଡ଼ ଗାଁରେ ଗୋଟିଏ ପରିବାରର ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ କ୍ୱାକ୍‌  ମନୋଜ ଖଟୁଆଙ୍କ ନାଁରେ ଗତକାଲି ପରିବାର ପକ୍ଷରୁ  ଥାନାରେ ଏତଲା ଦିଆଯାଇଛି।

ରବିବାର ନୂଆଗଡ଼ ଗାଁର ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଉମରକୋଟ ଓ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଗତକିଛି ଦିନ ଧରି ପରିବାରର ସମସ୍ତଙ୍କୁ ଜ୍ୱର ହୋଇଥିଲା ଓ ସେମାନେ କ୍ୱାକ୍‌ଙ୍କଠାରୁ ଔଷଧ ଆଣି ଖାଇଥିଲେ। ଗତ ରବିବାର ଦେହ ଭଲ ଲାଗିବାରୁ ସନମତି ଗୌଡ଼ ମାଣ୍ଡିଆ ଜାଉ କରି ତାଙ୍କ ୩ ପୁଅଙ୍କୁ ଦେଇଥିଲେ ଏବଂ ସିଏ ନିଜେ ଖାଇଥିଲେ। ମାଣ୍ଡିଆ ଜାଉ  ଖାଇବା ପରେ  ମଣିରମ ଓ ଚୌତନ୍ୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି।

Related story