ନାଲିବତୀ ଅପବ୍ୟବହାର ମାମଲାରେ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍ ଶୈଳେନ୍ଦ୍ର ସିଂ ସୋମ୍‌ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଭାଲୁଡୁଙ୍ଗୁରୀ ଗାଁକୁ ନାଲିବତୀ ଗାଡ଼ିରେ ଆସିଥିବା ସେନା ଅଧିକାରୀ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍ ଶୈଳେନ୍ଦ୍ର ସିଂ ସୋମ୍‌ଙ୍କୁ  ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଲାଇଛି। ଗତକାଲି ଅପରାହ୍ନରେ ଏକ ନମ୍ୱରହୀନ କଳାରଙ୍ଗର ମାରୁତି ସ୍ୱିଫଟ୍‌ରେ ନାଲିବତୀ ଲଗାଇ ପାଞ୍ଚ ଜଣ ଅଚିହ୍ନା ଲୋକ ଭାଲୁଡୁଙ୍ଗୁରୀ ଗାଁକୁ  ଯାଇଥିଲେ। ସେମାନେ ବିଭିନ୍ନ  ଜମି ବୁଲି ଦେଖୁଥିବା ସମୟରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କୁ […]

giraf

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 04:24 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ଭାଲୁଡୁଙ୍ଗୁରୀ ଗାଁକୁ ନାଲିବତୀ ଗାଡ଼ିରେ ଆସିଥିବା ସେନା ଅଧିକାରୀ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍ ଶୈଳେନ୍ଦ୍ର ସିଂ ସୋମ୍‌ଙ୍କୁ  ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଲାଇଛି।

ଗତକାଲି ଅପରାହ୍ନରେ ଏକ ନମ୍ୱରହୀନ କଳାରଙ୍ଗର ମାରୁତି ସ୍ୱିଫଟ୍‌ରେ ନାଲିବତୀ ଲଗାଇ ପାଞ୍ଚ ଜଣ ଅଚିହ୍ନା ଲୋକ ଭାଲୁଡୁଙ୍ଗୁରୀ ଗାଁକୁ  ଯାଇଥିଲେ। ସେମାନେ ବିଭିନ୍ନ  ଜମି ବୁଲି ଦେଖୁଥିବା ସମୟରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କୁ ଘେରି ଯାଇ ଲୋକେ ଖପ୍ରାଖୋଲ ଥାନାକୁ ଖବର ଦେଇଥିଲେ। ପୋଲିସ୍ ଏହି ପାଞ୍ଚ ଜଣଙ୍କୁ ଅଟକି ରଖି ପଚରାଉଚରା କରିଥିଲା। ଖାନତଲାସୀ ସମୟରେ ସେମାନଙ୍କ ପାଖରୁ ଜମିଜମା ସମ୍ପର୍କରେ ଅନେକ ନକଲି କାଗଜ ପତ୍ର ମିଳିଥିଲା । ଗାଡିରେ ଲାଗିଥିବା ନାଲିବତୀ ମଧ୍ୟ ଅନଧିକୃତ ବୋଲି ଜଣାପଡ଼ିଛି।

Related story