ନୟାଗଡ: ଚାନ୍ଦପୁରରେ ପୋଲିସ ଗୁଳିରେ ଜଣଙ୍କ ମୃତ୍ୟୁ ଘଟଣାର ଆରଡିସିସ୍ତରୀୟ ତଦନ୍ତ ଆରମ୍ଭ

ନୟାଗଡ଼: ଚାନ୍ଦପୁରରେ ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟଣାର ଆରଡିସିସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଗୁଳିମାଡ଼ ଘଟଣା ଦିନ ଉପସ୍ଥିତ ଥିବା ୮ଜଣ ପୋଲିସ ଅଫିସର ଓ ଉପଜିଲ୍ଲାପାଳଙ୍କ ସାକ୍ଷ ଗ୍ରହଣ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ଚନ୍ଦ୍ର ମହାପାତ୍ର। ସାକ୍ଷୀ ଦେଇଥିବା ଅଧିକାରୀମାନେ ହେଲେ ଅତିରିକ୍ତ ଏସପି ଶ୍ରୀଧର ପାଣି, ଶରଣକୁଳ ଏସଡ଼ିପିଓ ଟି.ଜେ.ରେଡ୍ଡି, ରଣପୁରର ତତ୍କାଳୀନ ଆଇଆଇସି ଚନ୍ଦ୍ର ମହାନ୍ତି, ତତକାଳୀନ ଶରଣକୁଳ ଆଇଆଇସି ଚକ୍ରବତ୍ର କଅଁର, ତତ୍କାଳୀନ ଚାନ୍ଦପୁର ଫ।ଣ୍ଡି ଅଧିକାରୀ ଶ୍ରୀନିବାସ […]

nayagarh

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 03:53 AM IST

ନୟାଗଡ଼: ଚାନ୍ଦପୁରରେ ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ଘଟଣାର ଆରଡିସିସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଗୁଳିମାଡ଼ ଘଟଣା ଦିନ ଉପସ୍ଥିତ ଥିବା ୮ଜଣ ପୋଲିସ ଅଫିସର ଓ ଉପଜିଲ୍ଲାପାଳଙ୍କ ସାକ୍ଷ ଗ୍ରହଣ କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ଚନ୍ଦ୍ର ମହାପାତ୍ର। ସାକ୍ଷୀ ଦେଇଥିବା ଅଧିକାରୀମାନେ ହେଲେ ଅତିରିକ୍ତ ଏସପି ଶ୍ରୀଧର ପାଣି, ଶରଣକୁଳ ଏସଡ଼ିପିଓ ଟି.ଜେ.ରେଡ୍ଡି, ରଣପୁରର ତତ୍କାଳୀନ ଆଇଆଇସି ଚନ୍ଦ୍ର ମହାନ୍ତି, ତତକାଳୀନ ଶରଣକୁଳ ଆଇଆଇସି ଚକ୍ରବତ୍ର କଅଁର, ତତ୍କାଳୀନ ଚାନ୍ଦପୁର ଫ।ଣ୍ଡି ଅଧିକାରୀ ଶ୍ରୀନିବାସ ସାମଲ, ସର୍ଜଣ୍ଟେ ମନୋଜ ଦାସ, ସବଇନ୍ସପେକ୍ଟର ଜେ.କେ. ସିହ୍ନା, ଡ଼ିଏସପି ଏଚଆରପିସି ସତୀଶ ପାଢୀ ଓ ଉପଜିଲ୍ଲାପାଳ ନୃସିଂହ ସ୍ୱାଇଁ। ତଦନ୍ତ ପରେ ସରକାରଙ୍କୁ ଶୀଘ୍ର ରିପୋର୍ଟ ଦିଆଯିବାକୁ ଆରଡିସି କହିଛନ୍ତି।

୨୦୧୪ ସେପ୍ଟେମ୍ୱର ୬ ତାରିଖରେ ଚାନ୍ଦପୁରରେ ଗୋଟିଏ ପରିବାରର ୪ ଜଣଙ୍କୁ  ହତ୍ୟା କରାଯାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ୧୧ ତାରିଖରେ ଚାନ୍ଦପୁର ଆଞ୍ଚଳିକ କମିଟି ପକ୍ଷରୁ ଚାନ୍ଦପୁର ଫ।ଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଘଟଣା ସ୍ଥଳରେ ପୋଲିସ ଫ।ୟାରିଂରେ ପ୍ରଦୀପ ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।

Related story