ନୟାଗଡ଼: ରାହାଜାନୀରେ ସଂପୃକ୍ତ ୨ ଡକାୟତ ଗିରଫ

ନୟାଗଡ଼: ନୟାଗଡ଼ ଠାରୁ ବାଣୀଗୋଛା ମଧ୍ୟରେ ୩ଟି ରାହାଜାନୀ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଡକାୟତଙ୍କୁ ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ମଧ୍ୟଖଣ୍ଡର ଧନେଶ୍ୱର ପ୍ରଧାନ ଓ ଖୋର୍ଦ୍ଧା ଚୁଡ଼ାର ବିଭୁ କଲ୍ୟାଣ ରାଉତ। ଡ଼କାୟତଙ୍କ ଠାରୁ ୩,୫୦୦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି। ଏହି ଡ଼କାୟତ ଗ୍ୟାଙ୍ଗକୁ ବିଭିନ୍ନ ସମୟରେ ସହଯୋଗ କରୁଥିବା ଦୁଇ ଜଣ କନଷ୍ଟେବଲଙ୍କୁ ନୟାଗଡ଼ ଏସପି ବିଶାଲ ସିଂ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଲ ହେଲେ ଶାନ୍ତନୁ ଆଚାର୍ଯ୍ୟ […]

dakayata

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 02:32 PM IST

ନୟାଗଡ଼: ନୟାଗଡ଼ ଠାରୁ ବାଣୀଗୋଛା ମଧ୍ୟରେ ୩ଟି ରାହାଜାନୀ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଡକାୟତଙ୍କୁ ପୋଲିସ୍‌ ଗିରଫ କରିଛି। ସେମାନେ ହେଲେ ମଧ୍ୟଖଣ୍ଡର ଧନେଶ୍ୱର ପ୍ରଧାନ ଓ ଖୋର୍ଦ୍ଧା ଚୁଡ଼ାର ବିଭୁ କଲ୍ୟାଣ ରାଉତ। ଡ଼କାୟତଙ୍କ ଠାରୁ ୩,୫୦୦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି।

ଏହି ଡ଼କାୟତ ଗ୍ୟାଙ୍ଗକୁ ବିଭିନ୍ନ ସମୟରେ ସହଯୋଗ କରୁଥିବା ଦୁଇ ଜଣ କନଷ୍ଟେବଲଙ୍କୁ ନୟାଗଡ଼ ଏସପି ବିଶାଲ ସିଂ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଲ ହେଲେ ଶାନ୍ତନୁ ଆଚାର୍ଯ୍ୟ ଓ ସଂସାରୀ ସ୍ୱାଇଁ। ଏହି ହାଇୱେ ଲୁଟେରା ଗ୍ୟାଙ୍ଗର ଅନ୍ୟ ୩ ଜଣ ଫେରାର ଅଛନ୍ତି । ଖୁବ ଶୀଘ୍ର ଏମାନଙ୍କୁ ଧରାଯିବ ବୋଲି ଏସପି କହିଛନ୍ତି।

Related story