ନୟାଗଡ଼:  ଯୁବତୀଙ୍କୁ ଗଳାକାଟି ହତ୍ୟା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବିଜିପୁର ନିକଟ ଏକ ଧାନ କ୍ଷେତରେ ଜଣେ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତ ଯୁବତୀ ଜଣଙ୍କ ହେଲେ ମାନିନୀ ପ୍ରଧାନ । ଗତକାଲି ରାତିରେ ଶୌଚ ପାଇଁ ଯାଇ ମାନିନୀ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳେ ମାନନୀଙ୍କ ମୃତ ଦେହ ବିଲରେ ମିଳିଥିଲା।  ମୃତଦେହ ପାଖରେ ଛୁରୀ, ମାନିନୀଙ୍କ ହେୟାର କ୍ଲିପ ଓ ଟର୍ଚ୍ଚ ପଡ଼ିଥିବାର ଦେଖିବାକୁ ମିଳିଥିଲା […]

nayagrah

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 08:01 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବିଜିପୁର ନିକଟ ଏକ ଧାନ କ୍ଷେତରେ ଜଣେ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତ ଯୁବତୀ ଜଣଙ୍କ ହେଲେ ମାନିନୀ ପ୍ରଧାନ ।

ଗତକାଲି ରାତିରେ ଶୌଚ ପାଇଁ ଯାଇ ମାନିନୀ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳେ ମାନନୀଙ୍କ ମୃତ ଦେହ ବିଲରେ ମିଳିଥିଲା।  ମୃତଦେହ ପାଖରେ ଛୁରୀ, ମାନିନୀଙ୍କ ହେୟାର କ୍ଲିପ ଓ ଟର୍ଚ୍ଚ ପଡ଼ିଥିବାର ଦେଖିବାକୁ ମିଳିଥିଲା । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ତାହା କାରଣ ଜଣାପଡିନି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯୁବତୀ ଜଣଙ୍କ ଗତ ବର୍ଷ ଯୁକ୍ତ ଦୁଇ କଳାରେ ପଢୁଥିଲେ ।

ନୟାଗଡ଼ ଏସଡିପିଓ ଜୟରାମ ଶତପଥୀ କହିଛନ୍ତି, “ମାନିନୀ ଗତକାଲି ରାତି  ପ୍ରାୟ ୮ବେଳେ ଶୌଚ ପାଇଁ ଯାଇ ଫେରି ନ ଥିବା ତାଙ୍କ ମା’  କହିଛନ୍ତି।  ଆଜି ସକାଳେ ତାଙ୍କ ମୃହଦେହ ବିଲରେ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତାଙ୍କ ବାପା ଥାନାରେ ରିପୋର୍ଟ ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଛି।”

Related story