ନୟାଗଡ଼: ବେଆଇନ ଗର୍ଭପାତ ଅଭିଯୋଗରେ ନର୍ସିଂହୋମ ଉପରେ ଚଢ଼ାଉ

ନୟାଗଡ଼: ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ଆଜି ନୟାଗଡ଼ ସହରରେ ଥିବା ସ୍ୱାଇଁ ହସ୍ପିଟାଲ ଆଣ୍ଡ କ୍ଲିନିକ ଉପରେ ଏଡିଏମଓଙ୍କ ନେତୃତ୍ୱରେ ଚଢାଉ କରାଯାଇଛି। ଜଣେ ମହିଳା ଏହି ନର୍ସିଂହୋମକୁ ବେଆଇନ ଭାବେ ଗର୍ଭପାତ କରାଇବା ଆସିଥିବା ସୂଚନା ମିଳିବା ପରେ ଏହି ଚଢାଉ କରାଯାଇଥିଲା। ନର୍ସିଂହୋମର ମାଲିକ ବନମାଳୀ ସ୍ୱାଇଁ କହିଛନ୍ତି, “ଏଠାରେ କୌଣସି ବେଆଇନ ଗର୍ଭପାତ କରାଯାଉନାହିଁ। ମହିଳା ଜଣଙ୍କୁ ଜ୍ୱର ହେଉଥିବାରୁ ଏଠାକୁ ଆସିଥିଲେ। ୨୦୧୪ରୁ ନର୍ସିଂହୋମର ଲାଇସେନ୍ସ ରିନ୍ୟୁଆଲ ପାଇଁ ଆବେଦନ […]

nayagrah

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 10:12 AM IST

ନୟାଗଡ଼: ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ଆଜି ନୟାଗଡ଼ ସହରରେ ଥିବା ସ୍ୱାଇଁ ହସ୍ପିଟାଲ ଆଣ୍ଡ କ୍ଲିନିକ ଉପରେ ଏଡିଏମଓଙ୍କ ନେତୃତ୍ୱରେ ଚଢାଉ କରାଯାଇଛି। ଜଣେ ମହିଳା ଏହି ନର୍ସିଂହୋମକୁ ବେଆଇନ ଭାବେ ଗର୍ଭପାତ କରାଇବା ଆସିଥିବା ସୂଚନା ମିଳିବା ପରେ ଏହି ଚଢାଉ କରାଯାଇଥିଲା।

ନର୍ସିଂହୋମର ମାଲିକ ବନମାଳୀ ସ୍ୱାଇଁ କହିଛନ୍ତି, “ଏଠାରେ କୌଣସି ବେଆଇନ ଗର୍ଭପାତ କରାଯାଉନାହିଁ। ମହିଳା ଜଣଙ୍କୁ ଜ୍ୱର ହେଉଥିବାରୁ ଏଠାକୁ ଆସିଥିଲେ। ୨୦୧୪ରୁ ନର୍ସିଂହୋମର ଲାଇସେନ୍ସ ରିନ୍ୟୁଆଲ ପାଇଁ ଆବେଦନ କରିଛି। ସେହି ଆଧାରରେ ମୁଁ  ନର୍ସିଂହୋମ ଚଲାଉଛି।”

ନୟାଗଡ଼ ଏଡିଏମଓ ନୀଳମାଧବ ଶତପଥୀ କହିଛନ୍ତି, “ ଜଣେ ମହିଳା  ସ୍ୱାଇଁ ହସ୍ପିଟାଲ ଆଣ୍ଡ କ୍ଲିନିଂକୁ ଗର୍ଭପାତ କରିବା ପାଇଁ ଆସିଛନ୍ତି ବୋଲି ଆମେ ଖବର ପାଇଥିଲୁ। ସେଥିପାଇଁ ଆମେ ଚଢାଉ କରିଥିଲୁ। ନର୍ସିଂହୋମର କାଗଜପତ୍ର ଠିକ ନାହିଁ। ନର୍ସିଂହୋମ ଚାଲିବା ପାଇଁ ଦରକାରୀ ଅନୁମତି ନାହିଁ।”

Related story