ନିଶା ନିବାରଣ କେନ୍ଦ୍ର କାଉନସେଲର୍ ହତ୍ୟା ମାମଲାରେ ୨ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାସ୍ଥିତ ପ୍ରୟାସ ନିଶା ନିବାରଣ କେନ୍ଦ୍ରର କାଉନସେଲର୍ ସୁମିତ ବେହେରା ହତ୍ୟା ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି। ମଞ୍ଚେଶ୍ୱର ପୋଲିସ ଜଣଙ୍କୁ କଟକ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବାଲେଶ୍ୱର ଅଞ୍ଚଳରୁ ଗିରଫ କରିଛି। ଗତ ଡିସେମ୍ୱର ୨୯ରେ ଘଟିଥିବା ଏହି ହତ୍ୟାକାଣ୍ଡରେ ୬ରୁ ଅଧିକ ବ୍ୟକ୍ତି ସାମିଲ ଥିବା ସନ୍ଦେହ କରାଯାଉଛି। ପୋଲିସ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ୩ବର୍ଷ […]

nisha1

Rakesh Mallick
  • Published: Saturday, 02 January 2016
  • , Updated: 02 January 2016, 04:09 AM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାସ୍ଥିତ ପ୍ରୟାସ ନିଶା ନିବାରଣ କେନ୍ଦ୍ରର କାଉନସେଲର୍ ସୁମିତ ବେହେରା ହତ୍ୟା ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି। ମଞ୍ଚେଶ୍ୱର ପୋଲିସ ଜଣଙ୍କୁ କଟକ ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବାଲେଶ୍ୱର ଅଞ୍ଚଳରୁ ଗିରଫ କରିଛି। ଗତ ଡିସେମ୍ୱର ୨୯ରେ ଘଟିଥିବା ଏହି ହତ୍ୟାକାଣ୍ଡରେ ୬ରୁ ଅଧିକ ବ୍ୟକ୍ତି ସାମିଲ ଥିବା ସନ୍ଦେହ କରାଯାଉଛି। ପୋଲିସ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

୩ବର୍ଷ ତଳେ ଖୋଲିଥିବା ଏହି ନିଶା ନିବାରଣ କେନ୍ଦ୍ରରେ ସୁମିତ କେଆରଟେକର ଏବଂ କାଉନସେଲର୍ ଭାବେ କାର୍ଯ୍ୟ କରିଆସୁଥିଲେ। କେନ୍ଦ୍ରରେ ରହିବାକୁ ଚାହୁଁ ନ ଥିବା କିଛି ଅନ୍ତେବାସୀଙ୍କୁ ବାହାରକୁ ଛାଡିବାକୁ ସୁମିତ ବାରଣ କରିବାରୁ ସେମାନେ ସୁମିତଙ୍କୁ ହାତ, ଗୋଡ଼ ଓ ମୁହଁ ବାନ୍ଧି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସୁମିତଙ୍କୁ ଖୋଜିବାକୁ ଆସିଥିବା ଅନ୍ୟ ଜଣେ କାଉନସେଲରଙ୍କୁ ଅଭିଯୁକ୍ତମାନେ ସମାନ ଢଙ୍ଗରେ ଆକ୍ରମଣ କରିବା ସହ ଚାବି ନେଇ ପଳାଇଥିଲେ।

Related story