ନୂଆବର୍ଷରେ ସୁରକ୍ଷା ଚିନ୍ତା: ଭୁବନେଶ୍ୱରରେ ୨୮ଟି ସ୍ଥାନରେ ନିୟୋଜିତ ହେବେ ୧୫ ପ୍ଲାଟୁନ ପୋଲିସ

ଭୁବନେଶ୍ୱର: ନୂଆବର୍ଷ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୮ଟି ସ୍ଥାନରେ ଫୋର୍ସ ମୁତୟନ ହେବ। ଏହାସହ ୫ଟି କୁଇକ ରିଆକସନ୍ ଟିମ୍ ଓ ସାଧା ପୋଷାକରେ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ।ପ୍ରତି ଦୁଇଟି ଥାନା ଦାୟିତ୍ୱରେ ଜଣେ ଏସିପି ଦାୟିତ୍ୱରେ ରହି ସୁରକ୍ଷା ଓ ପାଟ୍ରେଲିଂ ବ୍ୟବସ୍ଥାର ଯାଞ୍ଚ କରିବେ। ମୋଟ ୧୨ପ୍ଲାଟୁନ ଫୋର୍ସ ସହରରେ ମୁତୟନ ହେବେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏଥିସହ ସନ୍ଦିଗ୍ଧଙ୍କ ଉପରେ ନଜର […]

night patroling by police

Rakesh Mallick
  • Published: Wednesday, 30 December 2015
  • , Updated: 30 December 2015, 03:49 PM IST

ଭୁବନେଶ୍ୱର: ନୂଆବର୍ଷ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୮ଟି ସ୍ଥାନରେ ଫୋର୍ସ ମୁତୟନ ହେବ। ଏହାସହ ୫ଟି କୁଇକ ରିଆକସନ୍ ଟିମ୍ ଓ ସାଧା ପୋଷାକରେ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ।ପ୍ରତି ଦୁଇଟି ଥାନା ଦାୟିତ୍ୱରେ ଜଣେ ଏସିପି ଦାୟିତ୍ୱରେ ରହି ସୁରକ୍ଷା ଓ ପାଟ୍ରେଲିଂ ବ୍ୟବସ୍ଥାର ଯାଞ୍ଚ କରିବେ। ମୋଟ ୧୨ପ୍ଲାଟୁନ ଫୋର୍ସ ସହରରେ ମୁତୟନ ହେବେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଏଥିସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯିବ। ଜିରୋ ନାଇଟ ପାଇଁ ବିଭିନ୍ନ ହୋଟେଲରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିବ ପୋଲିସ୍। ହୋଟେଲ ଭିତରେ ରାତି ୧୨ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ। ସେହିଭଳି ବାହାରେ ରାତି ୧୦ଟା ପର୍ଯନ୍ତ ମ୍ୟୁଜିକ ବାଜି ପାରିବ। ପୋଲିସ୍ ପାଟ୍ରୋଲିଂ କଡାକଡି କରାଯିବ। ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ କଡା ପଦକ୍ଷେପ ନିଆଯିବ ବୋଲି  ସେ କହିଛନ୍ତି।

Related story